ରାଜ୍ୟ

ଓଡ଼ିଆ ପୁଅଙ୍କ କମାଲ, ନିଜ ମାଟି ଓଡ଼ିଶାରେ ତିଆରି କରୁଛନ୍ତି ସିସିଟିଭି କ୍ୟାମେରା

ଭୁବନେଶ୍ୱର: ଓଡ଼ିଆ ପୁଅଙ୍କ କମାଲ । ନିଜେ ମାଟି ଓଡ଼ିଶାରେ ତିଆରି କରୁଛନ୍ତି ସିସିଟିଭି କ୍ୟାମେରା । AI ଟେକ୍ନୋଲୋଜି ସାହାଯ୍ୟରେ କ୍ୟାମେରା ଗୁଡିକ ତିଆରି କରାଯାଇଛି ଯାହା କି ପ୍ରତ୍ୟକେ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି । ସମସ୍ତ ସିସିଟିଭି କ୍ୟାମେରା ପ୍ରଡକ୍ଟରେ ୫ ବର୍ଷର ଗ୍ୟାରେଣ୍ଟି ମଧ୍ୟ ଅଛି । ଆଜିକାଲି ଯୁଗରେ ସିସିଟିଭି କ୍ୟାମେରାର ଚାହିଦା କେତେ ଅଧିକ ତାହା ଆଉ କାହାକୁ ବି ଅଛପା ନାହିଁ ।

କିନ୍ତୁ ସିସିଟିଭି କ୍ୟାମେରାର ଦାମ୍ ଅଧିକ ହୋଇଥିବାରୁ କିଛି ଲୋକ ଚାହିଁକି ବି ଏହାକୁ କିଣି ପାରନ୍ତି ନାହିଁ ।

ଏଭଳି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ଏଭଳି ଏକ ସିସିଟିଭି ବିଷୟରେ ଜଣାଇବୁ ଯାହାକୁ ଆପଣ ଅତି କମ୍ ଦାମରେ କିଣିପାରିବେ । ତେବେ ଏସବୁ ସମ୍ଭବ ହୋଇଛି ଓଡିଆ ପୁଅ ସର୍ବଜିତ ଶତପଥିଙ୍କ ଯୋଗୁଁ । କାରଣ ସେ କମ୍ ଦାମରେ ନେଇଆସିଛନ୍ତି ସିସିଟିଭି କ୍ୟାମେରା । ଯାହାକୁ ଗ୍ରାହକମାନେ ଅଳ୍ପ ମୂଲ୍ୟରେ କିଣି ପାରିବେ । CGI CAMS ନାମରେ କମ୍ପାନୀ ପ୍ରତିଷ୍ଠା କରି ଭୁବନେଶ୍ୱରରେ ନିଜେ ନୂଆ ସିସିଟିଭି କ୍ୟାମେରା ପ୍ରସ୍ତୁତ କରୁଛନ୍ତି ର୍ସବଜିତ ଶତପଥି ।

ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟ ୧୮ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଇଛନ୍ତି ସର୍ବଜିତ । ଭୁବନେଶ୍ୱରରେ ଆୟୋଜିତ ଗ୍ଲୋବାଲ ଟ୍ରେଡ୍ ସୋ ରିସର୍ଜେଣ୍ଟ ଓଡ଼ିଶା ୨୦୨୪ରେ ନିଜର କାମ ପାଇଁ MSME ମନ୍ତ୍ରୀଙ୍କ ଠାରୁ ଖୁବ ପ୍ରଶଂସା ସାଉଁଟିଥିଲେ ସର୍ବଜିତ । ତେବେ ତାଙ୍କର ଏଭଳି କାର୍ଯ୍ୟ ଖୁବ ପ୍ରଶଂସନୀୟ । ନିଜସ୍ୱ ଶୈଳୀରେ ସିସିଟିଭି କ୍ୟାମେରା ତିଆରି କରିଥିବା ସର୍ବଜିତ ଏହାର ଅଧିକ ବିକାଶ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି ଏବଂ ଆଗକୁ ଆହୁରି ଉନ୍ନତ ଧରଣର ସିସିଟିଭି କ୍ୟାମେରା ପ୍ରସ୍ତୁତ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button