ରାଜ୍ୟ

କ୍ଲାଉଡ୍‌ରେ ଯୋଡ଼ି ହେବ ସଢ଼େ ୪ଲକ୍ଷ ଲିଖିତ ଓଡ଼ିଆ ଶବ୍ଦ

ଭୁବନେଶ୍ୱର: ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଆଞ୍ଚଳିକ ଭାଷାକୁ ଅଧିକ ପରିବ୍ୟାପ୍ତ କରିବାକୁ ଯୋଜନା କରୁଛି ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଅନଲାଇନ୍ ଦୁନିଆରେ କ୍ରମାଗତ ଭାବେ ଭାଷାର ବ୍ୟବଧାନ ପରିଲକ୍ଷିତ ହେଉଥିବାରୁ ଇଣ୍ଟରନେଟ୍‌ରେ ଓଡ଼ିଆ ତଥ୍ୟର ଅନୁପସ୍ଥିତି ପରିଲକ୍ଷିତ ହେଉଛି। ତେଣୁ ଓଡ଼ିଆ ଭାଷାର ବିକାଶ ପାଇଁ ଏଣିକି କ୍ଲାଉଡରେ ଯୋଡ଼ିହେବ ପ୍ରାୟ ସାଢ଼େ ୪ଲକ୍ଷ ଓଡ଼ିଆ ଲିଖିତ ଶବ୍ଦ।

ଏଥିପାଇଁ ଖୁବଶିଘ୍ର ଡାଟାବେସ୍ ପ୍ରସ୍ତୁତ କରାଯାଇ ପର୍ଯ୍ୟାୟକ୍ରମେ କାଯ୍ୟ ଆରମ୍ଭ ହେବ।

ଏହାଦ୍ୱାରା ଇଂରାଜୀ ଭାଷା ଭଳି ସମସ୍ତ କ୍ଷେତ୍ରରେ ତଥ୍ୟ ବା ସୂଚନା ପାଇଁ ଏଆଇ ଓଡ଼ିଆ ଭାଷାରେ ସୂଚନା ପ୍ରଦାନ କରିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ପ୍ରତ୍ୟେକ ବ୍ୟକ୍ତି ଯେକୌଣସି ସ୍ଥାନରେ ରହି ଓଡ଼ିଆ ପଢ଼ିବା ଲେଖିବା ଏବଂ ଓଡ଼ିଆ ଭାଷାରେ ସୂଚନା ପାଇବେ। ଫଳରେ ଦେଶ ବାହାରେ ରହୁଥିଲେ ମଧ୍ୟ ଓଡ଼ିଆ ଭାଷା ପ୍ରତି ଆନ୍ତରିକତା ବଢ଼ିବ ବୋଲି ସେ କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button