ରାଜ୍ୟ

ଟ୍ରକ ଧକ୍କାରେ ଯୁବକ ଗୁରୁତର

ବାସୁଦେବପୁର: ବାସୁଦେବପୁର ସହରର ଟ୍ରାଫିକ ଛକ କାଳୀ ମଣ୍ଡପ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯୁବକ ଜଣକ ଗୁଆଗଡିଆ ଗ୍ରାମର ବୈରାଗୀ ନାୟକଙ୍କ ପୁଅ ପରେଶ କୁମାର ନାୟକ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ପରେଶଙ୍କ ଦୁଇ ଗୋଡ ଉପରେ ଟ୍ରକ ଚଢିଯାଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି।

ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ସ୍ଥଳରେ ଟ୍ରକକୁ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। କାଳୀପୂଜା ପାଇଁ ସହରରେ ବହୁ ଭିଡ ଲାଗିଥିବାବେଳେ ଧାମରା ବନ୍ଦରକୁ ଯାତାୟାତ କରୁଥିବା ମାଲବାହୀ ଟ୍ରକଗୁଡିକର ବେପରୁଆ ଗାଡିଚାଳନା ଯୋଗୁ ବାରମ୍ବାର ଏହିପରି ଦୁର୍ଘଟଣା ଘଟୁଛି, ଯାହାକୁ ନେଇ ଜନ ଅସନ୍ତୋଷ ବୄଦ୍ଧି ପାଇବାରେ ଲାଗିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button