ରାଜ୍ୟ

ନକ୍ସଲ ସଙ୍ଗଠନର ୧୧ ବଙ୍କର ଧ୍ବସ୍ତ, ଆଇଇଡି ବୋମା, ଡିଟୋନେଟର ସହ ବିପୁଳ ମାରଣାସ୍ତ୍ର ଜବତ – Ibnodisha

[ad_1]

ନେତୃତ୍ବ ନେଉଥିଲେ ଦୁର୍ଦ୍ଦାନ୍ତ ନକ୍ସଲ ମିସ୍‌ରି ବେସ୍ରା

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ରୋକିବାକୁ ଗତ କିଛି ଦିନ ଧରି ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି। ଅପରେସନ୍‌ରେ ସାମିଲ ଥିଲେ କୋବରା ୨୦୯ ବଟାଲିୟନ୍‌, ୨୦୩ ବଟାଲିୟନ୍‌, ଝାଡଖଣ୍ଡ ଜାଗୁଆର, ସିଆର୍‌ପିଏଫ୍‌ ୬୦ ବଟାଲିୟନ୍‌, ୧୯୭ ବଟାଲିୟନ୍‌, ୧୩୪ ବଟାଲିୟନ୍‌, ୧୯୩ ବଟାଲିୟନ୍‌ ଓ ୨୬ ବଟାଲିୟନ୍‌। ଗତ ୮ରୁ ୧୧ ତାରିଖ ୪ ଦିନ ମଧ୍ୟରେ ଯବାନ ଓ ସ୍ଥାନୀୟ ପୁଲିସକୁ ବଡ଼ ସଫଳତା ମିଳିଛି। ଯବାନମାନେ ୧୧ରୁ ଅଧିକ ବଙ୍କର ସହ କିଛି ଶିବିର ଧ୍ବସ୍ତ କରିଛନ୍ତି। କିଛି ସ୍ଥାନରୁ ନକ୍ସଲମାନେ ଛତ୍ରଭଙ୍ଗ ‌ଦେଇ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରୁ ଯବାନମାନେ ବିପୁଳ ପରିମାଣରେ ମାରଣାସ୍ତ୍ର, ନକ୍ସଲ ପୋଷ୍ଟର ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ଜବତ ସାମଗ୍ରୀ ଗୁଡ଼ିକ ମଧ୍ୟରେ ରହିଛି ୧୫୧ଟି ଡିଟୋନେଟର, ୧୭ରୁ ଅଧିକ ଆଇଇଡି ବୋମା,ମୋର୍ଟାର ବୋମା ସହ ବିପୁଳ ପରିମାଣରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ରହିଛି।

ଏଥିସହ ନକ୍ସଲ ପୋଷ୍ଟର, ନକ୍ସଲ ପୋଷାକ, ପ୍ରିଣ୍ଟର, ସାଇକଲ, ଡ୍ରିଲ ମେସିନ୍‌, ସୋଲାର ପ୍ଲେଟ, ବ୍ୟାଟେରି, ବିଦ୍ୟୁତ୍‌ ତାର, ଜେନେରେ‌ଟର, ଡାଟା କେବୁଲ, ଚାର୍ଜର ସମେତ ରାସନ ଓ ଖାଦ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଗତ ୮ରେ ଟୋଣ୍ଟୋ ଥାନା ଅନ୍ତର୍ଗତ ରେଙ୍ଗଡାହାତୁ, ଲୁଇୟା ଓ ହୁସିପି ମଧ୍ୟସ୍ଥ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। ୯ରେ ରେରଡା‌କୋଚା ଜଙ୍ଗଲ ନିକଟ ପାହାଡ଼ ଓ ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌ବେଳେ ଯବାନଙ୍କୁ ବଡ ସଫଳତା ମିଳିଥିଲା। ଜଙ୍ଗଲ ମଧ୍ୟରୁ ଯବାନମାନେ ବିପୁଳ ପରିମାଣରେ ଗୋଳାବାରୁଦ ଏବଂ ନକ୍ସଲମାନେ ବ୍ୟବହାର କରୁଥିବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରିଥିଲେ।

ଗତ ୧୦ ତାରିଖରେ ମୋଟ ୧୧ଟି ନକ୍ସଲ ବଙ୍କର ଧ୍ବସ୍ତ କରିଥିଲେ। ବଙ୍କରରୁ ବିପୁଳ ପରିମାଣର ଗୋଳାବାରୁଦ, ଦୈନିକ ବ୍ୟବହାର କରୁଥିବା ସାମଗ୍ରୀ ମିଳିଥିଲା। ଏଥିସହ ଘଟଣାସ୍ଥଳରୁ ମୋଟ ୧୭ ଆଇଇଡି ବୋମା ଜବତ କରିଥିଲେ। ଆଜି ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ହୁସିପି ଓ ତିଳାୟବେଡ଼ା ମଧ୍ୟସ୍ଥ ପାହାଡ ଓ ଜଙ୍ଗଲ ମଧ୍ୟରେ ଯବାନ ଓ ନକ୍ସଲ ମଧ୍ୟରେ ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଗୁଳି ବିନିମୟ ହୋଇଥିଲା ବୋଲି ପଶ୍ଚିମ ସିଂହଭୁମ ପୁଲିସ୍ ଆଜିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button