ରାଜ୍ୟ
୬୬୦ ଗ୍ରାମ ବ୍ରାଉନସୁଗର ଜବତ: ଦୁଇ ଅଭିଯୁକ୍ତ ଗିରଫ – Ibnodisha

[ad_1]
ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ବିଭିନ୍ନ କ୍ଲବ ଓ ପବ ରେ ନିଶା ଡିଲ କରିବାର ଯୋଜନା କରୁଥିବା ଜାଣିବାକୁ ପାଇଛି ପୋଲିସ । ଅତିରିକ୍ତ ଡିସିପି ସଞ୍ଜୀବ ଶତପଥୀଙ୍କ ନେତୃତ୍ୱରେ ସିଆରପିଏଫ ଫ୍ଲାଏଓଭର ନିକଟରେ ରେଡ ବେଳେ ଏହି ବ୍ରାଉନସୁଗର ଜବତ ହୋଇଛି । ହ୍ବାଇଟ ସ୍ପାଇଡର ଅପରେଶନକୁ ବ୍ୟାପକ କରାଯାଇଛି ।
ଗତ ମେ’ ମାସରେ ଆରମ୍ଭ ହୋଇଥିବା ସ୍ପେଶାଲ କ୍ରାଇମ ୟୁନିଟ ସଫଳତାର ସହ ନିଶା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି । ଚଳିତ ବର୍ଷ ସ୍ପେଶାଲ କ୍ରାଇମ ୟୁନିଟ ପକ୍ଷରୁ ୨ କେଜି ୮୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଆଗକୁ ମଧ୍ୟ ଏହି ଧାରା ବଜାୟ ରହିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
[ad_2]