ଦେଶ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୮ ମୃତ – Ibnodisha

[ad_1]

ମୁମ୍ବାଇ: ମହାରାଷ୍ଟ୍ରର ପୁଣେରେ ଭୟଙ୍କର ଦୁର୍ଘଟଣା । ପିକ୍-ଅପ୍ ଭ୍ୟାନ ଓ ଅଟୋରିକ୍ସା ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୮ଜଣ ପ୍ରାଣହରାଇଛନ୍ତି । ସେହିପରି ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ସମାଚାର ଏଜେନ୍ସି ପିଟିଆଇ ରିପୋର୍ଟ ମୁତାବକ, ଜଣେ ପୋଲିସ ଅଧିକାରୀ କହିଛନ୍ତି, ସୋମବାର ପୁଣେ ଜିଲ୍ଲାରେ ଏହି ଭୀଷଣ ଦୁର୍ଘଟଣା ଘଟିଛି । ପୁଣେ ଠାରୁ ୫୦ କିଲୋମିଟର ଦୂରରେ କଲ୍ୟାଣ-ଅହମ୍ମଦନଗର ରାସ୍ତାରେ ରବିବାର ରାତି ସାଢେ ୧୧ଟା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଅହମ୍ମଦନଗରରୁ କଲ୍ୟାଣ ଆସୁଥିବା ଏକ ପିକ୍-ଅପ୍ ଭ୍ୟାନ ପିମ୍ପଲଗାଓର ଏକ ପେଟ୍ରୋଲପମ୍ପ ନିକଟରେ ଭାରସାମ୍ୟ ହରାଇ ଅଟୋରିକ୍ସାକୁ ଧକ୍କା ଦେଇଥିଲା । ଭ୍ୟାନ୍ ଚାଳିକ ସହିତ ଅଟୋ ଡ୍ରାଇଭର ସମେତ ମୋଟ୍ ୮ଜଣ ପ୍ରାଣ ହରାଇଥିଲେ । ସେହିପରି ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button