ରାଜ୍ୟ

ଆସନ୍ତାକାଲି ଧବଳମୁଖୀ ବେଶରେ ଦର୍ଶନ ଦେବେ ମାଆ ସମଲେଶ୍ଵରୀ

ସମ୍ବଲପୁର: ପବିତ୍ର ମହାଳୟା ପାଇଁ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ଜାରି ହେଲା ଗାଇଡଲାଇନ। ଆସନ୍ତାକାଲି ପବିତ୍ର ମହାଳୟାରେ ସକାଳ ୫ଟା ପରେ ସାଧାରଣ ଭକ୍ତଙ୍କୁ ଧବଳମୁଖୀ ବେଶରେ ଦର୍ଶନ ଦେବେ ମାଆ ସମଲେଶ୍ଵରୀ। ସକାଳ ୫ଟା ରୁ ୧୧.୪୫ ଯାଏଁ ଚାଲିବ ସାଧାରଣ ଦର୍ଶନ। ୧୧ ଟା ୪୫ରୁ ୧୨ଟା ୩୦ ଯାଏଁ ଦର୍ଶନ ବନ୍ଦ ରହିବ ଦର୍ଶନ।

ଏହା ପରେ ପୁଣି ୧୨.୩୦ରୁ ସନ୍ଧ୍ୟା ୭.୪୫ ଯାଏଁ ଚାଲିବ ସାଧାରଣ ଦର୍ଶନ। ପୁଣି ସନ୍ଧ୍ୟା ୭.୪୫ ରୁ ରାତି ୮.୩୦ ଦର୍ଶନ ବନ୍ଦ ରହିବ। ଏହାପରେ ପୁଣି ରାତି ୧୦.୩୦ ଟା ଯାଏଁ ମାଙ୍କ ଧବଳମୁଖୀ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । କେବଳ ୪ ନମ୍ବର ଗେଟ ଦେଇ ଦର୍ଶନ କରିପାରିବେ ଭକ୍ତ। ପୁରୁଣା ଗେଟ ସମ୍ପୂର୍ଣ ଭାବରେ ବନ୍ଦ ରହିବ। ଏ ନେଇ ସୂଚନା ଦେଲେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button