ଖେଳ

କାନପୁର ଟେଷ୍ଟ: ବାଂଲାଦେଶକୁ ୭ ଓ୍ବିକେଟରେ ହରାଇ ସିରିଜ୍ କ୍ଲିନ୍ ସୁଇପ୍ କଲା ଭାରତ

କାନପୁର: ଗ୍ରୀନପାର୍କ କାନପୁର ଟେଷ୍ଟରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟ । ଅନ୍ତିମ ଟେଷ୍ଟକୁ ୭ ଓ୍ବିକେଟରେ ଜିତି ନେଇ ସିରିଜ୍ କ୍ଲିନ୍ ସୁଇପ୍ କରିଛି ଭାରତୀୟ ଦଳ । ରବିଚନ୍ଦ୍ରନ ଅଶ୍ବୀନ ମ୍ୟାଚ୍ ଅଫ ଦି ଟୁର୍ଣ୍ଣାମେଣ୍ଟ ହୋଇଛନ୍ତି ।

ଦ୍ବିତୀୟ ଇନିଂସରେ ବାଂଲାଦେଶ ମାତ୍ର ୧୪୬ ରନ୍ କରି ଅଲଆଉଟ୍ ହୋଇଥିଲା । ଫଳରେ ଟିମ୍ ଇଣ୍ଡିଆକୁ ଦ୍ବିତୀୟ ଇନିଂସରେ ୯୫ରନର ଟାର୍ଗେଟ୍ ମିଳିଥିଲା ।

ରୋହିତ୍ ବାହିନୀରେ ମାତ୍ର ଦୁଇ ଓ୍ବିକେଟ୍ ହରାଇ ଲକ୍ଷ୍ୟକୁ ହାସଲ କରି ନେଇଛି । ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲା ଯଶସ୍ବୀ ଜୈସ୍ବାଲର ଦ୍ବିତୀୟ ପାଳିରେ ମଧ୍ୟ ଅର୍ଦ୍ଧଶତକ ମାରି ଟିମ୍ ଇଣ୍ଡିଆକୁ ବିଜୟ ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button