ଖେଳ

ସ୍ପେନ୍ ମାଷ୍ଟର୍ସ: ତନିଷା-ଅଶ୍ୱିନୀ ବାଦ୍‌; ମିକ୍ସଡ୍ ଡବଲ୍ସ ସେମିରେ ସୁମିତ୍‌-ସିକ୍କି – Ibnodisha

[ad_1]

ନୂଆଦିଲ୍ଲୀ: ଭାରତର ବି ସୁମିତ୍ ରେଡ୍ଡୀ ଏବଂ ଏନ୍ ସିକ୍କି ରେଡ୍ଡୀ ସ୍ପେନ୍‌ର ମାଦ୍ରିଦ୍‌ରେ ଚାଲିଥିବା ବିଡବ୍‌ଲ୍ୟୁଏଫ୍ ୱାର୍ଲ୍ଡ ଟୁର୍ ସୁପର୍ ୨୦୦ ଇଭେଣ୍ଟ୍ ସ୍ପେନ୍ ମାଷ୍ଟର୍ସର ମିକ୍ସଡ୍ ଡବଲ୍ସ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି । ଭାରତୀୟ ଯୋଡ଼ି ଶୁକ୍ରବାର ଅନୁଷ୍ଠିତ କ୍ୱାର୍ଟର୍ ଫାଇନାଲ୍‌ରେ ମ୍ୟାଚ୍‌ରେ ଇଣ୍ଡୋନେସିଆର ରେହାନ୍ ନାଉପଲ୍ କୁଶର୍ଜାଣ୍ଟେ ଓ ଲିସା ଆୟୁ କୁସୁମାୱତିଙ୍କ ଯୋଡ଼ିକୁ ହରାଇ ଦେଇଛନ୍ତି । ପ୍ରଥମ ଗେମ୍ ହାରିବା ପରେ ସୁମିତ୍ -ସିକ୍କି ପ୍ରତ୍ୟାବର୍ତ୍ତନ କରି ଚତୁର୍ଥ ସିଡ୍ ଇଣ୍ଡୋନେସିଆ ଯୋଡ଼ିଙ୍କୁ ୧୪-୨୧, ୨୧-୧୧, ୨୧-୧୭ରେ ମାତ୍ ଦେଇଛନ୍ତି । ତେବେ ତନିଷା କ୍ରାଷ୍ଟୋ ଓ ଅଶ୍ୱିନୀ ପୋନ୍ନାପାଙ୍କ ଯୋଡ଼ି ଲି ଚିଆ ହିସିନ୍ ଓ ତେଙ୍ଗ୍ ଚୁନ୍ ହୁସୁନ୍‌ଙ୍କ ତାଇୱାନ୍ ଯୋଡ଼ିଠାରୁ ୧୩-୨୧, ୧୯-୨୧ରେ ହାରି ଟୁର୍ଣ୍ଣାମେଣ୍ଟ୍‌ରୁ ବିଦାୟ ନେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button