ରାଜ୍ୟ

ରାଜ୍ୟରେ ବଢୁଛି ତାତି – Ibnodisha

[ad_1]

sun

ଭୁବନେଶ୍ୱର : ଗତ ୩ ଦିନ ହେବ ରାଜ୍ୟରେ କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଛି। ପହିଲି ଚୈତ୍ରରୁ ରାଜ୍ୟର ତାପମାତ୍ରା ୪୦ ଛୁଇଁଛି। ଗୋଟିଏ ଦିନରେ ଗତକାଲି ଏକାବେଳେ ୫ ଟି ସହରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଥିବା ବୈଶାଖରେ ତାତି ଆହୁରି ବଢ଼ିବା ନେଇ ଆକଳନ କରାଯାଉଛି। ଫଳରେ ରାଜ୍ୟବାସୀ ଏପ୍ରିଲ ମାସରେ ତାତି ଓ ଗୁଳୁଗୁଳିରେ ସିଝିବା ଆଶଙ୍କା ସୃଷ୍ଟି ହୋଇଛି। ଶୁକ୍ରବାର ଟିଟିଲାଗଡ, ବଲାଙ୍ଗିର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡ଼ ସହରର ତାପମାତ୍ରା ୪୦ରେ ପହଞ୍ଚିଛି । ଅନ୍ୟପଟେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଆହୁରି ୨ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା ବୃଦ୍ଧି ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ଏଥିପାଇଁ ଆଗାମୀ ୪ରୁ ୫ ଦିନ ପର୍ୟ୍ୟନ୍ତ ରାଜ୍ୟରେ ତାତି ଓ ଗୁଳୁଗୁଳି ଜନିତ ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନ୍‌ କୁହାଯାଇଛି ଏଭଳି ସ୍ଥିତି ଯୋଗୁଁ ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାର ଏକାଧିକ ସ୍ଥାନରେ ତାପମାତ୍ରା ୩୮-୪୦ ଡିଗ୍ରୀ ଓ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୬-୩୮ ଡିଗ୍ରୀ ମଧ୍ୟରେ ରହିବାର ସମ୍ଭାବନା ରହିଛି। ସେହିପରି ତାପମାତ୍ରା ସହିତ ଉପକୂଳ ଓଡ଼ିଶାରେ ୫୦-୭୦ ପ୍ରତିଶତ ଆର୍ଦ୍ରତା ରହିବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଏହା ୩୦-୫୦ ପ୍ରତିଶତ ମଧ୍ୟରେ ରହିବାର ସମ୍ଭାବନା ରହିଛି। ତେଣୁ ତାତି ଓ ଗୁଳୁଗୁଳିରେ ଲୋକେ ଅସହଜ ଅନୁଭବ କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସକାଳ ୧୦ ଟାରୁ ଅପରାହ୍ଣ ୩ଟା ମଧ୍ୟରେ ବାହାରକୁ ବାହାରୁ ଥିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି।

The post ରାଜ୍ୟରେ ବଢୁଛି ତାତି appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button