ଦେଶ

ସାମ୍ନାକୁ ଆସିଲା ରାହୁଲଙ୍କ ଗ୍ୟାରେଣ୍ଟି – Ibnodisha

[ad_1]

ନୂଆଦିଲ୍ଲୀ : ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସକୁ ଆୟକର ବିଭାଗ ପୁଣି ୧୮୨୩ କୋଟି ଟଙ୍କାର ନୋଟିସ ପଠାଇଛି। ଏହି ନୋଟିସ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଜେପି ଉପରେ ଜୋରଦାର ହମଲା କରିଛନ୍ତି। ବିଜେପି ମୋଦି କି ଗ୍ୟାରେଣ୍ଟୀ ନାରା ଦେଇ ପ୍ରଚାର କରୁଥିବା ବେଳେ ଏବେ ରାହୁଲ ଗାନ୍ଧିଙ୍କ ଗ୍ୟାରେଣ୍ଟୀ ସାମ୍ନାକୁ ଆସିଛି। ଯେତେବେଳେ କଂଗ୍ରେସ ସରକାର କ୍ଷମତାକୁ ଫେରିବ, ସେତେବେଳେ ଗଣତନ୍ତ୍ରର ଧଜିଆ ଉଡ଼ାଇଥିବା ଲୋକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି ରାହୁଲ କହିଛନ୍ତି। ସେ ଏକ୍ସରେ ଗୋଟିଏ ପୋଷ୍ଟ କରି କହିଛନ୍ତି, “ଯେବେ ସରକାର ବଦଳିଯିବ ସେତେବେଳେ ଗଣତନ୍ତ୍ରର ଚରିତ୍ର ହରଣ କରିଥିବା ଲୋକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଯେମିତି ହେଲେ ଗ୍ରହଣ କରାଯିବ। କାର୍ୟ୍ୟାନୁଷ୍ଠାନ ଏମିତି ଗ୍ରହଣ କରାଯିବ ଯେମିତି ଆଗକୁ କେହି ବି ଏପରି କାମ କରିବାକୁ ସାହାସ କରିବେ ନାହିଁ। ଏହା ମୋର ଦେଶବାସୀଙ୍କୁ ଗ୍ୟାରେଣ୍ଟୀ।” ସେ ଏହି ପୋଷ୍ଟ ସହ ବିଜେପି ଟିକସ ଆତଙ୍କବାଦ କରୁଥିବା ମଧ୍ୟ ହ୍ୟାଶଟ୍ୟାଗ ବ୍ୟବହାର କରିଛନ୍ତି।

The post ସାମ୍ନାକୁ ଆସିଲା ରାହୁଲଙ୍କ ଗ୍ୟାରେଣ୍ଟି appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button