ରାଜ୍ୟ

ଯାଉଛି ବିଜେଡି ସରକାର: ମନମୋହନ – Ibnodisha

[ad_1]

ଭୁବନେଶ୍ୱର: ଓଡ଼ିଶାରେ ଥିବା ବିଜେଡି ସରକାର ଯାଉଛି । ଏକଥା ଆମେ କହୁନାହୁଁ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏଭଳି କହିଛନ୍ତି । ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ନେତାଙ୍କୁ ସ୍ୱାଗତ କରି ଶ୍ରୀ ସାମଲ ଏହା କହିଛନ୍ତି ।ସେ କହିଛନ୍ତି ଯେ ରାଜ୍ୟରେ ସରକାର ବଦଳୁଛି, ବିଜେଡି ସରକାର ଯାଉଛି । ବିଜେଡି ସରକାର ଯାଉଛି, ବିଜେପି ସରକାର ଆସୁଛି । ଏଥିସହ ଆପଣଙ୍କ ସହଯୋଗ ଭୁଲିବୁନି ବୋଲି ଶ୍ରୀ ସାମଲ ନବାଗତଙ୍କୁ କହିଛନ୍ତି । ପ୍ରକାଶ ଯେ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡିକୁ ମିଳୁଛି ଗୋଟିଏ ପରେ ଗୋଟିଏ ଶକ୍ତ ଧକ୍କା। ଦଳ ଛାଡୁଛନ୍ତି  ବିଜେଡିର ବରିଷ୍ଠ ନେତା ଓ ପୂର୍ବତନ ବିଧାୟକ। ଆଜି ସକାଳେ ଭୁବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଦଳ ଛାଡ଼ିଥିବା ବେଳେ  ପୁଣି କୋରେଇର ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ବିଜେଡିରୁ ଇସ୍ତଫା  ଦେଇଛନ୍ତି।  ଏହାଛଡ଼ା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବି ଆଜି ବିଜେଡିକୁ ବାଏ ବାଏ କରିଛନ୍ତି । ଅନ୍ୟପକ୍ଷରେ ଆଜି ବିଜେଡି ଛାଡ଼ୁଛାଡ଼ୁ ପ୍ରିୟଦର୍ଶୀ ମିଶ୍ର ବିଜେପିରେ ସାମିଲ ହୋଇଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button