ରାଜ୍ୟ

ମାହାଙ୍ଗା ଡବଲ ମର୍ଡର ମାମଲା; ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ – Ibnodisha

[ad_1]

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ମାମଲାରେ ନିମ୍ନକୋର୍ଟଙ୍କ କଗ୍‌ନିଜାନସ୍ ଆଦେଶ ବିରୋଧରେ ରୁଜୁ ମାମଲାର ଶୁଣାଣି ଆଜି ଶେଷ ହୋଇଛି । ଶ୍ରୀ ଜେନାଙ୍କ ପକ୍ଷରୁ ରୁଜୁ ମାମଲାର ଶୁଣାଣି ଶେଷ କରି ହାଇକୋର୍ଟ ବିଚାରପତି ଗୌରୀଶଙ୍କର ଶତପଥୀ ରାୟ ସଂରକ୍ଷିତ ରଖିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ଜାନୁୟାରୀ ୨ ତାରିଖରେ ମାହାଙ୍ଗାରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ଏହି ହତ୍ୟା ଘଟଣାରେ ତତ୍‌କାଳୀନ ମନ୍ତ୍ରୀ  ଶ୍ରୀ ଜେନାଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ମାତ୍ର ମାହାଙ୍ଗା ପୁଲିସ୍ ଏହି ହତ୍ୟା ଘଟଣାର ଅଭିଯୋଗ ଫର୍ଦ୍ଦରୁ ପ୍ରତାପଙ୍କ ନାମକୁ କାଟି ଦେଇଥିଲା । ଅପରପକ୍ଷରେ ଏହି ମାମଲାରେ ବିଧାୟକ ଜେନାଙ୍କୁ ନିମ୍ନ ଅଦାଲତରେ ହାଜର ହେବାକୁ ଆଦେଶ ଦିଆଯାଇ  ଥିବାବେଳେ ସେ ନିମ୍ନ ଅଦାଲତ ହାଜର ହୋଇନଥିଲେ । ନିଜ ଓକିଲଙ୍କ ମାଧ୍ୟମରେ ଅଦାଲତରେ ହାଜର ହେବାକୁ ଆବେଦନ କରିଥିଲେ । ହେଲେ ନିମ୍ନ ଅଦାଲତ ବିଧାୟକ ଜେନାଙ୍କ ବିରୋଧରେ କଗ୍‌ନିଜାନସ୍ ଆଦେଶ ଦେଇଥିଲେ । ନିମ୍ନ ଅଦାଲତଙ୍କ ଏପରି କଗ୍‌ନିଜାନସ୍ ଆଦେଶକୁ ବିରୋଧ କରି ବିଧାୟକ ଶ୍ରୀ ଜେନା ହାଇକୋର୍ଟରେ ଆବେଦନ କରିଥିଲେ । ହାଇକୋର୍ଟ ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରି ତାଙ୍କୁ ଅନ୍ତରୀଣ ସୁରକ୍ଷା ଯୋଗାଇ ଦେଇଥିଲେ । ମାମଲାର ଶୁଣାଣି ଚାଲିଥିବା ବେଳେ ପର୍ଯ୍ୟାୟ କ୍ରମେ ବିଧାୟକଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button