ରାଜ୍ୟ

୧୧ରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ – Ibnodisha

[ad_1]

ଭୁବନେଶ୍ବର: ଆସନ୍ତା ୧୧ ତାରିଖରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ। ବର୍ଷା ଯୋଗୁଁ ଏବେ ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇଛି। ତେବେ ୧୧ରୁ ପରବର୍ତ୍ତୀ ୩ ଦିନ ଯାଏଁ ଦିନ ତାପମାତ୍ରାରେ ୪-୬ ଡିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶୁକ୍ରବାର ପାରଳାଖେମୁଣ୍ଡିରେ ସର୍ବାଧିକ ୩୭.୪ ଡିଗ୍ରୀ, ବୌଦ୍ଧ ୩୬.୫ ଡିଗ୍ରୀ, ମାଲକାନଗିରିରେ ୩୬ ଡିଗ୍ରୀ, ନବରଙ୍ଗପୁର ୩୫ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ଼ ହୋଇଥିଲା। ଅନ୍ୟ ସବୁ ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ତଳେ ରହିଥିଲା। ଭୁବନେଶ୍ବରରେ ୩୧.୭ ଡିଗ୍ରୀ ଏବଂ କଟକରେ ୩୦.୬ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ଼ ହୋଇଥିଲା। ପାଣିପାଗ କେନ୍ଦ୍ର ସୂଚନାନୁସାରେ ଉତ୍ତର ଓଡ଼ିଶାରୁ ଉତ୍ତର ଉପକୂଳ ଆନ୍ଧ୍ର ପ୍ରଦେଶ ଓ ୟନମ୍ ପର୍ଯ୍ୟନ୍ତ ସମୁଦ୍ର ପତ୍ତନଠାରୁ ୦.୯ କିମି ଊର୍ଦ୍ଧ୍ବରେ ଏକ ନିମ୍ନ ଚାପରେଖା ରହିଛି।

ଅନ୍ୟପକ୍ଷରେ ଆସନ୍ତାକାଲି ଦକ୍ଷିଣ ଉପକୂଳ ଓଡ଼ିଶା, କଟକ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ବଲାଙ୍ଗୀର, ବୌଦ୍ଧ ଓ ନବରଙ୍ଗପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ। ବାକି ଜିଲାରେ ପାଗ ଶୁଖିଲା ରହିବ। ଏହାର ପରଦିନ କୋରାପୁଟ, ଗଜପତି, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଏହାର ପରବର୍ତ୍ତୀ ତିନି ଦିନ ପାଗ ଶୁଖିଲା ରହିବ ଓ ତାପମାତ୍ରା ବୃଦ୍ଧି ପାଇବ। ଆସନ୍ତା ୧୪ ତାରିଖରୁ ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ସର୍ବାଧିକ ୩୫ ମି.ମି., କଟକରେ ୩୦.୨ ମି.ମି., ତାଳଚେର ୧୫ ମି.ମି. ଓ ଢେଙ୍କାନାଳରେ ୧୬.୧ ମି,ମି. ବର୍ଷା ରେକର୍ଡ଼ ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button