ବିହାର ଏମ୍ଏଲ୍ସି ନିର୍ବାଚନ; ୫ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିରୋଧୀ ମେଣ୍ଟ – Ibnodisha

[ad_1]
ପାଟନା : ବିହାରରେ ମାର୍ଚ୍ଚ ୧୧ରେ ବିଧାନ ପରିଷଦ (ଏମ୍ଏଲ୍ସି) ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ଆସନ୍ତା ୧୧ ତାରିଖ ପୂର୍ବରୁ ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିବେ । ତେବେ ଆରଜେଡି ପକ୍ଷରୁ ଏମ୍ଏଲ୍ସି ପ୍ରାର୍ଥୀ ଭାବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ ଏବଂ ପୂର୍ବତନ ମନ୍ତ୍ରୀ ଅବଦୁଲବରୀ ସିଦ୍ଦିକିଙ୍କ ନାମ ଘୋଷଣା କରାଯାଇଛି । ବିହାରରେ ସମ୍ପ୍ରତି ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ବିରୋଧୀ ଭୂମିକା ନିର୍ବାହ କରିଆସୁଛି । ଏହି ମହାମେଣ୍ଟରେ ଆରଜେଡି ବ୍ୟତୀତ କଂଗ୍ରେସ, ସିପିଆଇ (ଏମ୍ଏଲ୍) ମଧ୍ୟ ସାମିଲ ରହିଛି । ତେବେ ବିହାର ବିଧାନସଭାରେ ମହାମେଣ୍ଟର ମୋଟ୍ ବିଧାୟକଙ୍କ ସଂଖ୍ୟା ଗଣିତ ଅନୁସାରେ ବିରୋଧୀ ଖାତାକୁ ୫ଟି ଏମ୍ଏଲ୍ସି ଆସନ ଆସିବା ଏକରକମ ନିଶ୍ଚିତ ପ୍ରତୀତ ହେଉଛି । ସୁତରାଂ ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟ ରାବ୍ରୀ ଦେବୀ ଏବଂ ଅବଦୁଲବରୀ ସିଦ୍ଦିକିଙ୍କ ସହ ଆଉ ୩ଜଣଙ୍କୁ ମଧ୍ୟ ପ୍ରାର୍ଥୀ କରିଛି । ଏମାନେ ହେଲେ ଡ. ଉର୍ମିଳା ଠାକୁର, ଫୈଜଲ୍ ଅଲ୍ଲି ଏବଂ ଶଶି ଯାଦବ (ସିପିଆଇ-ଏମ୍ଏଲ୍) । ଅର୍ଥାତ୍ ଆରଜେଡିଙ୍କ ନେତୃତ୍ୱାଧୀନ ମହାମେଣ୍ଟ ୫ଟି ଆସନ ପାଇଁ ରାବ୍ରୀ ଦେବୀଙ୍କୁ ମିଶାଇ ୨ଜଣ ମହିଳା, ୨ଜଣ ମୁସଲିମ୍ ନେତାଙ୍କୁ ମିଶାଇ ମୋଟ୍ ୪ଜଣଙ୍କୁ ପ୍ରାର୍ଥୀ କରିଥିବା ବେଳେ ସିପିଆଇ-ଏମ୍ଏଲ୍ ପକ୍ଷରୁ ଜଣେ ପ୍ରାର୍ଥୀ ଦିଆଯାଇଛି । କଂଗ୍ରେସ ପକ୍ଷରୁ କୌଣସି ପ୍ରାର୍ଥୀ ଦିଆଯିବ ନାହିଁ ବୋଲି ସ୍ପଷ୍ଟ ହୋଇସାରିଛି । ସୂଚନାଯୋଗ୍ୟ, ବିଧାନ ପରିଷଦରେ ଗୋଟିଏ ଆସନ ଜିତିବା ଲାଗି ବିଧାନସଭାର ୨୧ଜଣ ସଦସ୍ୟଙ୍କ ଭୋଟ୍ ଆବଶ୍ୟକ । ଏହି ନିୟମ ଅନୁସାରେ ନୀତୀଶ କୁମାରଙ୍କ ଜେଡିୟୁ ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ବିଧାନସଭାରେ ୬ଟି ଏମ୍ଏଲ୍ସି ଆସନ ହାତେଇବା ସମ୍ଭାବନା ରହିଛି ।
[ad_2]




