ନମାଜ ପଢ଼ିବା ସମୟରେ ଗୋଇଠା ମାଡ ଘଟଣା; ପୋଲିସ ଅଧିକାରୀ ନିଲମ୍ବିତ – Ibnodisha
[ad_1]
ନୂଆଦିଲ୍ଲୀ : ରାସ୍ତାରେ ନମାଜ ପାଠ କରୁଥିବା ମୁସଲିମ୍ ଲୋକଙ୍କୁ ଗୋଇଠା ମାରିବା ଏବଂ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ଭଳି ବର୍ବୋରୋଚିତ ବ୍ୟବହାର ଭଳି ଅତ୍ୟନ୍ତ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି । ଦିଲ୍ଲୀର ଇନ୍ଦ୍ରଲୋକ ଅଞ୍ଚଳରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ରିପୋର୍ଟ ଅନୁସାରେ ଜଣେ ପୁଲିସ୍ ଅଧିକାରୀ, ରାସ୍ତାରେ ନମାଜ ପାଠ କରୁଥିବା କିଛି ମୁସଲିମ୍ ଧର୍ମାବଲମ୍ବୀଙ୍କୁ ଗୋଇଠା ମାରିଥିଲେ । ନମାଜ ପାଠ କରାଯିବା ଦ୍ୱାରା ରାସ୍ତାରେ ଟ୍ରାଫିକ୍ ଜାମ ପରିସ୍ଥିତି ଉତ୍ପନ୍ନ ହେବାର ଆଶଙ୍କା କରି ଏହି ପୁଲିସ୍ ଅଧିକାରୀ ସେମାନଙ୍କୁ ତୁରନ୍ତ ସେଠାରୁ ହଟିଯିବାକୁ କହିଥିଲେ । ତେବେ ମୁସଲିମ୍ ଲୋକେ ନ ଶୁଣିବାରୁ ପୁଲିସ୍ ଅଧିକାରୀଜଣକ ଉତ୍ତ୍ୟକ୍ତ ହୋଇପଡିଥିଲେ ଏବଂ ଗୋଇଠା ମାରି ସେମାନଙ୍କୁ ସେଠାରୁ ହଟିବାକୁ କହିଥିଲେ । ତେବେ ଏସବୁ ଘଟଣାର କେହି ଭିଡିଓ କରିନେଇଥିଲେ ଏବଂ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ । କିଛି ସମୟ ମଧ୍ୟରେ ଏହା ଭାଇରାଲ୍ ମଧ୍ୟ ହୋଇଯାଇଥିଲା । ପ୍ରକାଶ, ଆଜି ଶୁକ୍ରବାର ଥିବାରୁ ଏଠାରେ ଥିବା ଏକ ମସଜିଦ୍ରେ ମାତ୍ରାଧିକ ମୁସଲିମ୍ ଲୋକ ନମାଜ ପାଠ ପାଇଁ ଜମା ହୋଇଥିଲେ । ଫଳରେ ମସଜିଦ୍ରେ ନମାଜ କରିବା ଅସମ୍ଭବ ହୋଇପଡିଥିଲା କିଛି ମୁସଲିମ୍ ଲୋକଙ୍କ ପାଇଁ । ସୁତରାଂ ସେମାନେ ମସଜିଦ୍ ନିକଟ ଦେଇ ଯାଇଥିବା ରାସ୍ତା ଉପରେ ହିଁ ନମାଜ ପାଠ କରିବା ଆରମ୍ଭ କରିଦେଇଥିଲେ । ଏହି ସମୟରେ ଏପ୍ରକାର ଅଘଟଣ ଘଟିଥିବା କୁହାଯାଉଛି । ତେବେ ପୁଲିସ୍ ଅଧିକାରୀଙ୍କ ଏପ୍ରକାର ବ୍ୟବହାରକୁ ନେଇ ଚାରିଆଡୁ ତୀବ୍ର ସମାଲୋଚନା ଆରମ୍ଭ ହେବା ପରେ ପରେ ରାଜ୍ୟ ସରକାର ତଥା ପୁଲିସ୍ ପ୍ରଶାସନ ପକ୍ଷରୁ ଭିଡିଓ ଆଧାରରେ ଉକ୍ତ ଅଭିଯୁକ୍ତ ପୁଲିସ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ଏହି ପୁଲିସ୍ ଅଧିକାରୀଙ୍କ ନାମ ଜଣାପଡିନାହିଁ । ଦିଲ୍ଲୀ ଉତ୍ତରାଞ୍ଚଳ ଡିସିପି ମନୋଜ ମୀନା କହିଛନ୍ତି, ଏହି ଘଟଣାର ତଦନ୍ତ କରାଯାଉଛି । ପୁଲିସ୍ ଅଧିକାରୀଙ୍କ ଏପ୍ରକାର ବ୍ୟବହାର ଉଚିତ୍ ନୁହେଁ । ତାଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ । ଏଥିସହ ସେ ଶାନ୍ତି ବଜାୟ ରଖିବା ପାଇଁ ଲୋକମାନଙ୍କୁ ଅପିଲ୍ ମଧ୍ୟ କରିଛନ୍ତି । ପ୍ରକାଶ, ଏପ୍ରକାର ଏକ ଲଜ୍ଜାକର ଘଟଣାକୁ ନେଇ ଦିଲ୍ଲୀ କଂଗ୍ରେସ ତଥା ଦିଲ୍ଲୀ ବିଜେପି ପକ୍ଷରୁ ଦିଲ୍ଲୀ ପୁଲିସ୍କୁ ତୀବ୍ର ନିନ୍ଦା କରାଯାଇଛି । ଅନ୍ୟପକ୍ଷେ ଏହି ଘଟଣା ପରେ ଆଇନ୍ କାନୁନ ପରିସ୍ଥିତି ଉତ୍ପନ୍ନ ହେବା ଆଶଙ୍କାଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି ।
[ad_2]