ଦେଶ
ଧଶିଲା ସୁନାଖଣି ; ୭୦ ମୃତ – Ibnodisha

[ad_1]
ମାଳି: ପଶ୍ଚିମ ଆଫ୍ରିକାର ମାଲି ପ୍ରଦେଶରେ ଥିବା ଏକ ବେଆଇନ୍ ସୁନାଖଣିରେ ଏକ ଦୁର୍ଘଟଣା ଘଟି ପ୍ରାୟ ୭୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦକ୍ଷିଣ-ପଶ୍ଚିମ କୁଲିକୋରା ଅଞ୍ଚଳର କାଙ୍ଗବା ଜିଲ୍ଲାରେ ଥିବା ଏହି ସୁନାଖଣିଟି ହଠାତ୍ ଭୁଶୁଡି ପଡିବା କାରଣରୁ ଏହି ଅଘଟଣ ଘଟିଥିବା କୁହାଯାଉଛି । ତେବେ ଯେଉଁ ସମୟରେ ଏହି ଅଘଟଣ ଘଟିଛି ସେତେବେଳେ ଖଣିମଧ୍ୟରେ ପ୍ରାୟ ୧୦୦ରୁ ଅଧିକ ଶ୍ରମିକ କୌଣସି ସୁରକ୍ଷା କଟକଣାକୁ ନମାନି ଖଣିଖନନ କାର୍ଯ୍ୟରେ ନିୟୋଜିତ ଥିଲେ ।
ବର୍ତ୍ତମାନ ସୁଦ୍ଧା ଏମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି । ତେବେ ରିପୋର୍ଟ ଅନୁସାରେ ସମ୍ପ୍ରତି ଏଠାରେ ଉଦ୍ଧାର କାର୍ଯ୍ୟ ଜୋରସୋରରେ ଜାରି ରହିଛି । ମାଳି ପ୍ରଦେଶର ଖଣି ମନ୍ତ୍ରଣାଳୟ ପକ୍ଷରୁ ଏହି ଘଟଣାରେ ଦୁଃଖ ପ୍ରକାଶ କରାଯିବା ସହ ବେଆଇନ୍ ଖଣି ଖନନ ବନ୍ଦ କରାଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।୨୦୨୪ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା
[ad_2]




