ରାଜ୍ୟ

ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ – Ibnodisha

[ad_1]

ଦେବଗଡ: ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ରେଞ୍ଜର ଲଇମୁରା ସେକସନ ଅନ୍ତର୍ଗତ ଟିପିରିସିଂଘା ଗ୍ରାମରେ । ମୃତକ ଦ୍ବୟ ହେଲେ ଟିପିରିସିଂଘା ଗ୍ରାମର ସୁରୁବାଲି କିଷାନ(୪୩) ଓ ଖଇରି କିଷାନ(୧୯) । ସୂଚନା ଅନୁଯାୟୀ, ଟିପିରିସିଂଘା ଗ୍ରାମ ତଥା ଆଖପାଖ ଅଂଚଳରେ ବେଶ କିଛି ଦିନ ହେଲା ହାତୀ ଉପଦ୍ରବ ଜାରି ରହିଥିଲା ।

ଗତକାଲି ରାତିରେ ସୁରୁବାଲି ଓ ଖଇରି ଥଣ୍ଡା ଯୋଗୁଁ ନିଆଁରେ ପୋଇଁ ହେଉଥିବାବେଳେ ଗ୍ରାମକୁ ହାତୀ ଆସିବା ଜାଣିବା ପାଇବା ପରେ ଗ୍ରାମବାସୀଙ୍କ ଅବଗତି ନିମନ୍ତେ ଟିଣରେ ବାଜା ବଜେଇଥିଲେ । କିନ୍ତୁ କିଛି ସମୟ‌ ପରେ ସୁରୁବାଲି ଓ ଖଇରିଙ୍କୁ ହାତୀ ଦଳି ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା । ସେମାନଙ୍କର ଟିଣ ବଜେଇବାର ଶଦ୍ଦ ଶୁଣି ବନବିଭାଗର କର୍ମଚାରୀ ଓ ଗ୍ରାମବାସୀ ପଂହଚିବା ବେଳକୁ ସେମାନଙ୍କର ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ବନବିଭାଗର କର୍ମଚାରୀ ଓ ପୁଲିସ ପଂହଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button