ଦେଶ

ଆମେ ଦେଶର ରାଜନୀତିରେ ପରିବର୍ତ୍ତନ ଆଣୁଛୁ: ଅରବିନ୍ଦ କେଜ୍ରିୱାଲ – Ibnodisha

[ad_1]

ନୂଆଦିଲ୍ଲୀ: ଆଜି ଆମ୍ ଆଦମୀ ପାର୍ଟିର ପ୍ରତିଷ୍ଠା ଦିବସ। ଏନେଇ ଆପ୍ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେ‌ଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ବିବୃତି ଦେଇଛନ୍ତି।ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମନେ ପକାଇ ସେ କହିଛନ୍ତି ଯେ ଦଳର ପ୍ରତିଷ୍ଠା ଦିବସରେ ମନୀଷ ପ୍ରଥମ ଥର ପାଇଁ ଆମ ସହ ନାହାଁନ୍ତି। ଆମ୍ ଆଦମୀ ପାର୍ଟି ଖୁବ କମ ସମୟରେ ଦେଶର ଲୋକପ୍ରିୟ ଦଳ ହୋଇପାରିଛି। ସେଥିପାଇଁ ଆମ ଦଳକୁ ଟାର୍ଗେଟ କରିବାକୁ ଚେଷ୍ଟା କରାଯାଉଛି। ଆଜି ହେଉଛି ଆମର ସ୍ଥାପନା ଦିବସ। ହେଲେ ମନୀଷ ସିସୋଦିଆ ଆମ ସହିତ ନାହାଁନ୍ତି।

ମୋର ସମସ୍ତ ନେତାଙ୍କ ପାଇଁ ମୁଁ ଗର୍ବିତ, ଯେଉଁମାନେ ଭାରତୀୟ ଜନତା ପାର୍ଟିକୁ ଭୟ କରିନାହାନ୍ତି। ଏହି ୧୧ବର୍ଷରେ ଆମ ବିରୋଧରେରେ ୨୫୦ଟି ମିଛ ମାମଲା ପଞ୍ଜିକୃତ ହୋଇଛି। ଆମେ ଦେଶର ରାଜନୀତିରେ ପରିବର୍ତ୍ତନ ଆଣୁଛୁ। ଯେତେବେଳେ ଜାତି ଓ ଧର୍ମ ନାମରେ ଦେଶରେ ରାଜନୀତି ହେଉଥିଲା, ସେତେବେଳେ ଆମେ ଦେଶରେ ଉତ୍ତମ ଶିକ୍ଷା ରାଜନୀତି ଉପରେ ଗୁରୁତ୍ୱ ଦେଇଥିଲୁ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button