ରାଜ୍ୟ

ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୪୯ତମ ମେଗା ମାଗଣା ସ୍ୱାସ୍ଥ୍ୟସେବା ଶିବିର – Ibnodisha

[ad_1]

ଭୁବନେଶ୍ୱର: କଟକ ସାମନ୍ତସାହି ସ୍ଥିତ ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୪୯ତମ ମେଗା ମାଗଣା ସ୍ୱାସ୍ଥ୍ୟସେବା ଶିବିର ମୟୁରଭଞ୍ଜ ଜିଲ୍ଲା ଆହାରବନ୍ଧ ଉଚ୍ଚ ବିଦ୍ୟାଳୟ କୁସୁମ ବ୍ଲକ୍ ରାଇରଙ୍ଗପୁର ପରିସରରେ ଆଜି (ରବିବାର) ଅନୁଷ୍ଠିତ ହୋେଇଯାଇଛି । ଏହି ଶିବିରକୁ ମୁଖ୍ୟ ଅତିଥିଭାବେ ମୟୁରଭଞ୍ଜ ଜିଲ୍ଲାପାଳ ବିନିତ୍ ଭରଦ୍ୱାଜ୍ ଉଦ୍‌ଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ ମୟୁରଭଞ୍ଜ ସିଡିଏମ୍‌ଓ ଡାକ୍ତର ଆର୍‌.ବି ମିଶ୍ର ଓ ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଟ୍ରଷ୍ଟ୍ରର ମୁଖ୍ୟ ଉପଦେଷ୍ଟା ଏସ୍‌ସିବିର ପୂର୍ବତନ ଅଧ୍ୟକ୍ଷ ଓ ବର୍ତ୍ତମାନ ଓଡ଼ିଶା ସ୍ୱାସ୍ଥ୍ୟ ଓ ବିଜ୍ଞାନ ବିଶ୍ୱ ବିଦ୍ୟାଳୟର କୂଳପତୀ ଡାକ୍ତର ଦତ୍ତ୍ୱେଶ୍ୱର ହୋତା ପରିଚାଳନା କରିଥିଲେ । ଟ୍ରଷ୍ଟର ସଂପାଦକ ରାଜେଶ୍ୱର ହୋତା ସହାୟତା କରିଥିଲେ ।

ଏହି ଶିବିରରେ କଟକ, ଭୁବନେଶ୍ୱର, ବୁର୍ଲା ଓ ସମ୍ବଲପୁରର ବିଶେଷଜ୍ଞ ଚିକିତ୍ସକମାନଙ୍କ ଦ୍ୱାରା ଅତ୍ୟାଧୁନିକ ପଦ୍ଧତି ଅନୁସରଣରେ ଯଥା- ଇସିଜି ଓ ବିଭିନ୍ନ ରକ୍ତ ପରୀକ୍ଷା ଇତ୍ୟାଦି କରାଯାଇ ରୋଗ ନିରୁପଣ ହେବା ସହ ଚିକିତ୍ସା କରାଯାଇଥିଲା । ଏହି ଶିବିରରେ ସ୍ତ୍ରୀ ଓ ପ୍ରସୂତି, ଶଲ୍ୟ, ଅସ୍ଥିଶଲ୍ୟ, ମୂତ୍ରରୋଗ ଓ କିଡ୍‌ନୀରୋଗ, ଶିଶୁରୋଗ, ଭେଷଜ(ମେଡିସନ୍‌), ହୃଦ୍‌ରୋଗ, ଚର୍ମ ଓ ଯୌନ, ଚକ୍ଷୁ ଏବଂ ଦନ୍ତ ରୋଗ ଇତ୍ୟାଦିର ଚିକିତ୍ସା କରାଯିବା ସଙ୍ଗେ ସଙ୍ଗେ ମାଗଣାରେ ଔଷଧ ଓ ଚଷମା ମଧ୍ୟ ବଣ୍ଟନ କରାଯାଇଥିଲା ।

ଏହି ଟ୍ରଷ୍ଟ ନିରିବିର୍ଚ୍ଛିନ ଭାବରେ ରାଜ୍ୟର ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଓ ଅନ୍ୟୁନତ ଅଞ୍ଚଳରେ ଏବଂ ବିଶେଷ କରି ମାଗଣା ସ୍ୱାସ୍ଥ୍ୟସେବା ଓ ଔଷଧ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ନିରବର୍ଚ୍ଛିନ ଭାବେ ଉଦ୍ୟମ ଜାରି ରଖିଛି । ରାଜ୍ୟର ୩୦ଟି ଜିଲ୍ଲାରେ ଏହି ସ୍ୱାସ୍ଥ୍ୟ ସେବା ଶିବିର କରାଯାଇଛି । ୩୦ଟି ଜିଲ୍ଲା ଶେଷପରେ ଏବେ ପୁଣି ସ୍ୱତନ୍ତ୍ର ଭାବରେ ସେବା ଯୋଗାଇବା ଉଦ୍ୟମ ଆରମ୍ଭ କରାଯାଇଛି । ଇତିମଧ୍ୟରେ ୪୯ଟି ଶବିରି ଶେଷ ହୋଇଛି । ପ୍ରତିଷ୍ଠିତ ଡାକ୍ତରମାନଙ୍କୁ ନେଇ ଏହି ଚିକିତ୍ସା ଯୋଗାଇ ଦିଆଯାଉଛି । ଏହି ଶିବିରରେ ୨୦ ଜଣ ଡାକ୍ତର ଯୋଗଦେଇ ଚିକିତ୍ସା ସେବା ଯୋଗାଇ ଦେଇଥିଲେ ।

ୟୁରୋଲୋଜି ବିଭାଗର ଡାକ୍ତର ଡି ହୋତା, ପାଥୋ ବିଭାଗର ଡାକ୍ତର ସୁଜାତା ପୂଜାରୀ, ପେଡିଆଟ୍ରିକ୍ ବିଭାଗର ଡାକ୍ତର ଲିଙ୍ଗରାଜ ପ୍ରଧାନ, ଭୁବନେଶ୍ୱର ଡାକ୍ତର ସରୋଜ ପ୍ରଧାନ, ନେଫ୍ରୋଲୋଜି ବିଭାଗ କଟକର ଡାକ୍ତର ଦେବାଶିଷ ମୋହାଲି, ଡେଣ୍ଟାନ ବିଭାଗ କଟକର ଡାକ୍ତର ଗୌରବ ଶର୍ମା, ଓରଥୋ ବିଭାଗ କଟକର ରବି ଦାସ, ମେଡିସିନ୍ ବିଭାଗ କଟକର ଡାକ୍ତର ବି.ବି ନାୟକ, ଓପ୍‌ଥାଲମୋଲୋଜି ବିଭାଗ କଟକର ଡାକ୍ତର ଶିର୍ଦ୍ଧାଥ ଦାସ, ମେଡିସନ୍ ବିଭାଗର ଡାକ୍ତର ବି.କେ ପଡ଼ିହାରୀ, ଓ ଏବଂ ଜି ବିଭାଗର ଡାକ୍ତର ସ୍ମିତା ବେହେରା, ଓର୍ଥୋ ବିଭାଗର ଡଶକ୍ତର ଏମ୍‌,ଏମ୍ ସାହୁ, ପୁଲମୋନାରୀ ବିଭାଗର ଡାକ୍ତର ଥୀତା ମହାନ୍ତି, ଡର୍‌ମାଟୋଲୋଜି ବିଭାଗର ଡାକ୍ତର ଦେବବ୍ରତ ନାୟକ, ଇଏନ୍‌ଟଇ ବିଭାଗର ଡାକ୍ତର ବିରେଶ୍ୱର ଜ୍ୟୋତିଷ, ମେଡିସନ୍ ବିଭାଗର ଡାକ୍ତର ହିମାଂଶୁ ଶେଖର ସାହୁ, ଡାକ୍ତର ବେଦଶିଖା ରାୟ, ଡର୍‌ମୋଟୋଲୋଜି ବିଭାଗର ଡାକ୍ତର ଏ.ବି ଭଟ ମିଶ୍ର, ୟୁରୋଲୋଜି ବିଭାଗର ଡାକ୍ତର ଦୀପକ୍ ରଞ୍ଜନ ପଲ୍ ଏବଂ ମେଡିସନ୍ ବିଭାଗର ଡାକ୍ତର କ୍ରୀଷ୍ଣନେନ୍ଦୁ ଭଟ ମିଶ୍ର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button