ଫୁଲିଲା ମହାନଦୀ ଓ ଶାଖାନଦୀ, ଭୟଭୀତ ହେଲେ ବିନିକା କୁଳିଆବାସୀ
ବିନିକା : ହୀରାକୁଦ ଜଳ ଭଣ୍ଡାରରୁ ୨୦ଟି ଗେଟ ଦେଇ ବନ୍ୟା ଜଳ ମହାନଦୀରେ ପ୍ରବାହିତ ହେଉଛି । ସେଥିପାଇଁ ତଳିଆ ଅଞ୍ଚଳରେ ମହାନଦୀ ଫୁଲିବା ସହ ଶାଖା ନଦୀ ନାଲ ଗୁଡିକ ମଧ୍ୟ ଫୁଲିବାକୁ ବସିଲାଣି । ବିନିକା ମହାନଦୀ ଫୁଲିବା ସହ ଉଭୟ କୁଳଲାଗି ପାଣି ନିଷ୍କାସନ ହେଉଥିବାରୁ ନଦୀ କୂଳିଆ ଲୋକେ ଭୟବିତ ରହିଥିବା ଦେଖାଦେଇଛି । ବିନିକା ସହରର ୱାର୍ଡ ନମ୍ବର ୨ ଗୁଲାପଡା ଯୋଗେଶ୍ୱର ମନ୍ଦିର ପୋଲ ଉପରେ ଏବେ ଦୁଇ ଫୁଟର ବନ୍ୟା ପାଣି ପ୍ରବାହିତ ହେଉଛି ।
ବନ୍ୟା ପାଣି ପୋଲ ଉପରେ ପ୍ରବାହିତ ହେଉଥିବାରୁ ଛାତ୍ର ଛାତ୍ରୀଙ୍କଠୁ ଆରମ୍ଭ କରି ଲୋକେ ଡଭଲା ଛକ ଦେଇ ବୁଲିକି ଯାତାୟାତ କରୁଛନ୍ତି ।
ବିନିକା ଅଞ୍ଚଳର ତଥା ସହରର ଅନେକ ସ୍ଥାନ ପ୍ରତ୍ୟେକ ବର୍ଷ ବର୍ଷା ଦିନରେ ସାମାନ୍ୟ ଧରଣର ବନ୍ୟା ସୃଷ୍ଟି ହୋଇଥାଏ । ବିନିକା ଅଞ୍ଚଳର ଏବେ କେବଳ ସହରର ଗୁଲାପଡା ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବା ବେଳେ ଅନ୍ୟ ସ୍ଥାନ ଗୁଡିକରେ ପ୍ରଭାବ ପଡ଼ିନାହିଁ । ଯଦି ଆଗକୁ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ଜଳ ଅଧିକ ନିଷ୍କାସନ କରାଯିବ ତଳିଆ ଅଞ୍ଚଳରେ ବର୍ଷା ହେବ ବଡ ବନ୍ୟା ଦେଖାଦେବ ।
ବନ୍ୟାକୁ ଦୃଷ୍ଟିରେ ରଖି ଏନଏସି ପ୍ରଶାସନ ସବୁବେଳେ ସଜାଗ ହେବା ସହ କାଲିଠାରୁ ନଦୀ କୂଳିଆ ଅଞ୍ଚକରେ ଲୋକଙ୍କୁ ସୁଚନା ଦେବାପାଇଁ ଡ଼ାକବାଜି ଯନ୍ତ୍ର ଦ୍ଵାରା ସଚେତନ କରାଯାଇଅଛି । ଏନଏସି ପ୍ରଶାସନଠୁ ଆରମ୍ଭ କରି ଅଗ୍ନିଶମ ବିଭାଗ କର୍ମଚାରୀ ବିଭାଗ,ତହସିଲଦାର ସମସ୍ତେ ସଜାଗ ରହିଥିବା କହିଛନ୍ତି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ।