IBN ଓଡ଼ିଶା ବ୍ୟୁରୋ

ପାକିସ୍ତାନୀ ଏୟାର ହୋଷ୍ଟେସ୍‌ଙ୍କ କାରନାମା, ବିଦେଶୀ ମୁଦ୍ରା ଚୋରା ଚାଲାଣ କରୁଥିବା ବେଳେ ଧରାପଡ଼ିଲେ

ବିଦେଶୀ ମୁଦ୍ରା ଚୋରା ଚାଲାଣ କରି ଧରାପଡ଼ିଛନ୍ତି ଜଣେ ଏୟାର ହୋଷ୍ଟେସ୍‌ । ପାକିସ୍ତାନର ସରକାରୀ ଏୟାରଲାଇନ୍ସ କମ୍ପାନୀ ‘ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA)’ର ଜଣେ ଏୟାର ହୋଷ୍ଟେସ୍‌ଙ୍କ କଳା କାରନାମା ଏବେ ଧରାପଡ଼ିଛି । ଏହି ଏୟାର ହୋଷ୍ଟେସ୍ ଜଣକ ଡଲାର ଓ ରିୟାଲ ଭଳି ବିଦେଶୀ ମୁଦ୍ରା ଚୋରା ଚାଲାଣ କରୁଥିଲେ ।

ନୋଟ୍‌ଗୁଡ଼ିକୁ ସେ ନିଜ ମୋଜା ଭିତରେ ଲୁଚାଇ ରଖିଥିଲେ, ଯାହାର ମୂଲ୍ୟ ପାକିସ୍ତାନୀ ମୁଦ୍ରାରେ ଲକ୍ଷାଧିକ ଟଙ୍କା ବୋଲି କୁହାଯାଉଛି ।

ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଯାଞ୍ଚ ଏଜେନ୍ସିର କର୍ମଚାରୀମାନେ ଏୟାର ହୋଷ୍ଟେସ୍‌ଙ୍କ ମୋଜାରୁ ନୋଟ୍ ବାହାର କରୁଥିବାର ଦେଖାଯାଉଛନ୍ତି । ପାକିସ୍ତାନର ଅଲାମା ଇକବାଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଚୋରା ଚାଲାଣ କରୁଥିବା ବେଳେ ଏୟାର ହୋଷ୍ଟେସଙ୍କୁ ଧରାଯାଇଛି ।

ଫେଡେରାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (ଏଫ୍‌ଆଇଏ) ଇମିଗ୍ରେସନ ସହାୟତାରେ କଷ୍ଟମ୍ସ ଅଧିକାରୀମାନେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୋଜା ଭିତରୁ ଆମେରିକୀୟ ଡଲାର ଏବଂ ସାଉଦି ରିୟାଲ ମିଳିବା ପରେ ସମ୍ପୃକ୍ତ ଏୟାର ହୋଷ୍ଟେସ୍‌ଙ୍କୁ ଗିରଫ କରାଯାଇଛି ।

ଡେପୁଟି କଲେକ୍ଟର କଷ୍ଟମ୍ସ ରାଜା ବିଲାଲ କହିଛନ୍ତି ଯେ ଏୟାର ହୋଷ୍ଟେସଙ୍କ ପାଖରୁ ୩୭,୩୧୮ ଡଲାର ଏବଂ ୪୦ ହଜାର ସାଉଦି ରିୟାଲ ଜବତ କରାଯାଇଛି । ସେ ଲାହୋରରୁ ଯେଦାହ ଯାଉଥିବା ପିଆଇଏ ବିମାନରେ ଥିଲେ । ସନ୍ଦେହ ହେବାରୁ ତାଙ୍କୁ ବିମାନରୁ ଓହ୍ଲାଯାଇ ଯାଞ୍ଚ ପାଇଁ ନିଆଯାଇଥିଲା । ଏୟାର ହୋଷ୍ଟେସଙ୍କ ନାଁରେ ମାମଲା ରୁଜୁ କରାଯାଇ ଯାଞ୍ଚ ଟିମ୍‌କୁ ହସ୍ତାନ୍ତର କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button