ଅଭିଯୋଗ ପରେ ବି ମିଳୁନି ନ୍ୟାୟ, ଏସ୍ପିଙ୍କ ନିକଟରେ ଗୁହାରି କଲେ ମା ଓ ଝିଅ
ଭଦ୍ରକ ୦୧।୦୯ : ପୋଲିସ ନାଁରେ ଏସ୍ପିଙ୍କୁ ଅଭିଯୋଗ । ମାଡ ମାରିବା ସହ ଭଙ୍ଗାରୁଜା ଓ ଘର ଜଳାଇବା ଭଳି ଉଦ୍ୟମ ସତ୍ୱେ ବି ଅଭିଯୁକ୍ତକୁ ଧରୁନି ପୋଲିସ । ଏମିତି କିଛି ଅଭିଯୋଗ ଆଣି ଭଦ୍ରକ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ତୋଟାସାହି ଅଞ୍ଚଳର ମା ଓ ଝିଅ ।
ଖବର ଅନୁଯାୟୀ, ତୋଟାସାହିର ଚନ୍ଦ୍ରାବତି ନାଥ ଏବଂ ତାଙ୍କ ସ୍ଥାନୀୟ ଅଞ୍ଚଳର କେତେକ ଲୋକ ଆକ୍ରୋଶମୂଳକ ଭାବେ ଘରେ ଭିତରେ ପଶି ତାଙ୍କ ବାପା ଏବଂ ଭାଇଙ୍କୁ ଆକ୍ରମଣ କରିଥିଲେ ।
ଏମିତି କି ଘରର ମୂଲ୍ୟବାନ ସାମଗ୍ରୀ ନେଇଯିବା ସହ ଘର ଜାଳିବାକୁ ନିଆଁ ମଧ୍ୟ ଲଗାଇଥିବା ଅଭିଯୋଗ କରିଛନ୍ତି। ସେପଟେ ଘଟଣାକୁ ନେଇ ଘଣ୍ଟେଶ୍ୱର ଫାଣ୍ଡିରେ ଅଭିଯୋଗ ସତ୍ତ୍ୱେ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଅଭିଯୁକ୍ତମାନେ ପରିବାର ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଏସ୍ପିଙ୍କୁ ଅନୁରୋଧ କରିଛନ୍ତି । ତେବେ ଥାନା ଅଧିକାରୀଙ୍କ ଅନୁସାରେ, ପୂର୍ବ ବିବାଦ ପାଇଁ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।