ଜନ ପ୍ରତିନିଧିଙ୍କୁ ମିଳୁନି ଉଚିତ୍ ସମ୍ମାନ, ବିଡିଓଙ୍କ ନାଁ ଦୁର୍ବ୍ୟବହାରର ଅଭିଯୋଗ ଆଣିଲେ ସରପଞ୍ଚ ସଂଘ
ଦାରିଙ୍ଗବାଡି ୦୧।୦୯ : ଜନପ୍ରତିନିଧିଙ୍କୁ ମିଳୁନି ଉଚିତ୍ ସମ୍ମାନ। ସରକାରୀ ଅଧିକାରୀ ମାନେ ବିଭିନ୍ନ ସମୟରେ ଜନ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ ଆସିଛି। ଦାରିଙ୍ଗବାଡି ବ୍ଲକର ବିଡ଼ିଓ ଗଦାଧର ପାତ୍ର ଏକ ବୈଠକରେ ସରପଞ୍ଚଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଦାରିଙ୍ଗବାଡି ସରପଞ୍ଚ ସଂଘ ପକ୍ଷରୁ ଅଭିଯୋଗ ହୋଇଛି।
ହେଲେ ସରପଞ୍ଚଙ୍କୁ କୌଣସି ଦୁର୍ବ୍ୟବହାର କରି ନଥିବା ନେଇ ବିଡ଼ିଓ ଗଦାଧର ପାତ୍ର କହିଛନ୍ତି । ଦାରିଙ୍ଗବାଡି ଅଞ୍ଚଳରୁ କିଛି ଏଭଳି କିଛି ଅଭିଯୋଗ ଆସିଛି।
ଶନିବାର ଦିନ ବ୍ଲକ ସଭାଗୃହ ଠାରେ ସୁଭଦ୍ରା ଓ ପିଏମ ବିଶ୍ଵକର୍ମା ଯୋଜନା ସଂପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଦାରିଙ୍ଗବାଡି ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ ମାନେ ମଧ୍ୟ ଉପସ୍ଥିତି ଥିଲେ । ହେଲେ ସୁଭଦ୍ରା ଯୋଜନା ସଂପର୍କିତ ପ୍ରଶ୍ନ ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ ବିଡ଼ିଓ ଗଦାଧର ପାତ୍ରଙ୍କୁ ପଚାରିଥିଲେ । ହେଲେ ବିଡ଼ିଓ ଉତ୍ କ୍ଷୀପ୍ତ ହୋଇ ଉତ୍ତର ଦେବା ବଦଳରେ ସରପଞ୍ଚଙ୍କୁ ବୈଠକରୁ ବାହାରିବାକୁ କହିଥିଲେ । ଏହା ପରେ ସମସ୍ତ ସରପଞ୍ଚ ବୈଠକ ବର୍ଜନ କରି ବୈଠକ ସରିବା ପରେ ବିଡ଼ିଓ ଙ୍କ ଚ୍ୟାମ୍ବର୍ ସାମ୍ନାରେ ବିଡ଼ିଓଙ୍କୁ ଅପେକ୍ଷା କରିଥିଲେ । ହେଲେ ସରପଞ୍ଚଙ୍କୁ ବିଡ଼ିଓ ଦେଖାଦେଇନଥିଲେ । ସରପଞ୍ଚ ମାନେ ଅନେକ ସମୟ ଅପେକ୍ଷା କରିବା ପରେ ବିଡ଼ିଓ ବିଳମ୍ବରେ ଆସିବାରୁ ସରପଞ୍ଚ ମାନେ ଉତକ୍ଷୀପ୍ତ ହୋଇ ଚାଲି ଯାଇଥିଲେ। ଖାଲି ଏତିକି ନୁହେଁ , ପୂର୍ବରୁ ମଧ୍ୟ ଏହିପରି ଅନେକ ଅଭିଯୋଗ ଆସିଛି । ଭ୍ରମରବାଡ଼ି ସରପଞ୍ଚ ଓ ସିର୍କାବର୍ଗ ସରପଞ୍ଚଙ୍କୁ ମଧ୍ୟ ବିଡ଼ିଓ ଗଦାଧର ପାତ୍ର ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିଛି । ବିଡ଼ିଓ ଦାରିଙ୍ଗବାଡି ବ୍ଲକରେ କିଛି ଲୋକଙ୍କୁ ନେଇ ଏକ ଛତ୍ରବାଦ ଶାସନ ଚଳାଉଥିବା ଚର୍ଚ୍ଚା ଜୋର ହେଉଛି।