ଦେଶ

ବିଲେଇକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଗୋଟିଏ ପରିବାରର ୫ ଜୀବନ – Ibnodisha

[ad_1]

ମହାରାଷ୍ଟ୍ରର : ମଙ୍ଗଳବାର ମହାରାଷ୍ଟ୍ରର ଅହମଦ ନଗର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ଘଟଣାରେ ଗୋଟେ ବିଲେଇ କୌଣସି କାରଣରୁ ବାୟୋଗ୍ୟାସ୍ କୂଅ ଭିତରେ ପଡିଯାଇଥିଲା । ବିଲେଇକୁ କୂଅରୁ ଜୀବିତ ଉଦ୍ଧାର କରିବା ପାଇଁ ଜଣେ ଲୋକ ପ୍ରଥମେ କୂଅ ଭିତରକୁ ଯାଇଥିଲେ ମାତ୍ର କିଛି ସମୟ ପରେ କୂଅ ମଧ୍ୟକୁ ଯାଇଥିବା ଲୋକ ବାହାରକୁ ଆସିନଥିଲେ । ସେଥିପାଇଁ ଆଉ ଜଣେ ଲୋକ କୂଅ ଭିତରକୁ ଯାଇଥିଲେ ଏଭଳି ୬ ଜଣ ବିଲେଇକୁ ବଂଚେଇବାକୁ ଯାଇ କୂଅ ଭିତରକୁ ଡେଇଁ ପଡ଼ିଥିଲେ । ସ୍ଥାନୀୟ ଲୋକ, ତୁରନ୍ତ ଉଦ୍ଧାରକାରୀ ଟିମ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ, ଉଦ୍ଧାରକାରୀ ଟିମ କୂଅ ଭିତରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । ବହୁ ଚେଷ୍ଟା ପରେ ଉଦ୍ଧାରକାରୀ ଟିମ କୂଅ ଭିତରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ଜଣଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୫ଟି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୋଲିସ ଏହି ଘଟଣାର ଅଧିକ ଯାଞ୍ଚ କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button