ଦେଶ

ଦୁର୍ଗିଆନା ମନ୍ଦିରକୁ ଧମକ ଫୋନ କଲ୍‌, ସୁରକ୍ଷା ବ୍ୟବସ୍ଥା କଡାକଡି – Ibnodisha

[ad_1]

ଚଣ୍ଡିଗଡ: ପଞ୍ଜାବର ଅମୃତସରରେ ଥିବା ଦୁର୍ଗିଆନା ମନ୍ଦିରକୁ ଧମକ କଲ୍ । ପୂର୍ବରୁ ଥରେ ବୋମା ଧମକ ମିଳିଥିବା ବେଳେ ଆଜି ସକାଳୁ ପୁନର୍ବାର ଧମକ ମିଳିଥିବା ନେଇ ମନ୍ଦିର କମିଟି ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଦୁର୍ଗିଆନା ମନ୍ଦିର ସଭାପତି ଲକ୍ଷ୍ମୀକାନ୍ତ ଚାୱଲାକୁ ହତ୍ୟା କରାଯିବା ନେଇ ଧମକ ଦିଆଯାଇଛି । ଏହାସହ ମନ୍ଦିର ସମ୍ପାଦକ ଅରୁଣ ଖାନ୍ନାଙ୍କୁ ହତ୍ୟା କରାଯାଇଛି । ପ୍ରକାଶଥାଉକି ପୂର୍ବରୁ ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତୱନ୍ତ ସିଂ ପନ୍ନୁ ମଧ୍ୟ ହତ୍ୟା ଧମକ ଦେଇଥିଲା ।

ତେବେ ଏହି ହତ୍ୟା ଧମକ ସହିତ ସାଧାରଣତନ୍ତ୍ର ଦିବସକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏନେଇ ଅମୃତସରରେ ଥିବା ଦୁର୍ଗିଆନା ମନ୍ଦିର କମିଟିର ଅଧିକାରୀ ରାମ ପାଠକ କହିଛନ୍ତି, “ଆଜି ସକାଳୁ ଦୁର୍ଗିଆନା ମନ୍ଦିର କମିଟିର ଫୋନକୁ ଦୁଇ ଥର କଲ୍ ଆସିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ଦୁର୍ଗିଆନା ମନ୍ଦିର ସଭାପତି ଲକ୍ଷ୍ମୀକାନ୍ତ ଚାୱଲା ଏବଂ ମନ୍ଦିର ସମ୍ପାଦକ ଅରୁଣ ଖାନ୍ନାଙ୍କୁ ବୋମା ପକାଇ ହତ୍ୟା କରାଯିବ । ମୁଁ ଏହି ବିଷୟରେ ମନ୍ଦିର କମିଟିକୁ ଅବଗତ କରିଛି । ଦୁର୍ଗିଆନା ମନ୍ଦିର କମିଟିରେ ମୁଁ ୩୫ ବର୍ଷ ଧରି କାର୍ଯ୍ୟ କରୁଆସୁଛି । କିନ୍ତୁ ଏହା ପ୍ରଥମ ଥର ଯେ, ମୋତେ ଦୁଇଥର ଏଭଳି ଧମକପୂର୍ଣ୍ଣ କଲ୍ ଆସିଛି । ତେବେ ଏହି ଖବର ପରେ ପୋଲିସ ପ୍ରଶସନ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ମଧ୍ୟ କଡାକଡି ଯାଞ୍ଚ କରାଯାଉଛି ।

ଏହାସହ ପେଲିସ ଅଧିକାରୀ ମୁତୟନ ହେବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ତେବେ କୁକୁରକୁ ମଧ୍ୟ ଯାଞ୍ଚ କାର୍ଯ୍ୟରେ ଲଗାଯାଇଛି । ତେବେ ଭୟଭୀତ ହେବାର କୌଣସି କାରଣ ନାହିଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ନେଇ ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଯଦି କୌଣସି ପ୍ରତିକୂଳ ପରିସ୍ଥିତି ଦେଖାଯାଏ, ତାହେଲେ ଯଥାସମ୍ଭବ ଏହାର ମୁକାବିଲା କରାଯିବା ନେଇ ମଧ୍ୟ ସୂଚନା ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ମନ୍ଦିରକୁ ବୋମାରେ ଉଡାଇ ଦେବା ନେଇ ଧମକ ମିଳିଥିଲା । ଖଲିସ୍ତାନ ସମର୍ଥକ ଗୁରୁପତୱନ୍ତ ପନ୍ନୁ ଦୁର୍ଗିଆନା ମନ୍ଦିରକୁ ଉଡାଇ ଦେବା ନେଇ ଧମକ ଦେଇଥିଲା । ଖଲିସ୍ତାନୀ ସମର୍ଥକ ଏକ ଭିଡିଓ ବାର୍ତ୍ତା ଜାରି କରି ଦୁର୍ଗିଆନା ମନ୍ଦିର ବନ୍ଦ କରି ଏହାର ଚାବି ହରମାନନ୍ଦିର ସାହିବଙ୍କୁ ଦେବାକୁ କହିଥିଲେ । ଏହା ପରେ ଅମୃତସର ପୋଲିସ ମଧ୍ୟ ଡି-ଡିଭିଜନ ପୋଲିସ ଷ୍ଟେସନରେ ପନ୍ନୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପନ୍ନୁଙ୍କ ଧମକ ପରେ ଦୁର୍ଗିଆନା ମନ୍ଦିର ବାହାରେ ସୁରକ୍ଷାକୁ ଆହୁରି ଜୋରଦାର କରାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button