ଦେଶ
କୃଷକ ଆନ୍ଦୋଳନ ବେଳେ ଚାଲିଗଲା ଜଣେ ପୋଲିସ କର୍ମଚାରୀଙ୍କ ଜୀବନ – Ibnodisha
[ad_1]
ନୂଆଦିଲ୍ଲୀ: କୃଷକମାନେ ନିଜର ଦାବି ପୁରଣ ନେଇ ଦିଲ୍ଲୀ ଚଲୋ ଆନ୍ଦୋଳନର ଡାକରା ଦେଇଥିଲେ । ହଜାର ହଜାର କୃଷକଙ୍କ ଆନ୍ଦୋଳନ ଦିନକୁ ଦିନ ଉଗ୍ର ହେବାରେ ଲାଗିଥିଲା । ଏହି ଆନ୍ଦୋଳନ ସ୍ଥିତି ଏତେ ଅଣାୟତ ହୋଇଥଲା ଫଳରେ ହଜାର ହଜାର ପୋଲିସକୁ ଆନ୍ଦୋଳନରେ ନିୟୋଜିତ ହେବାକୁ ପଡିଥିଲା । ଏହି କୃଷକ ଆନ୍ଦୋଳନରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପଞ୍ଜାବ ପୋଲିସ ଡିଏସପି ହୃଦଘାତର ଶିକାର ହେବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିବା ଉକ୍ତ ଡିଏସପି ଜଣକ କୃଷକ ଆନ୍ଦୋଳନ ଚାଲିଥବା ବେଳେ ସୀମାରେ ତାଙ୍କର ରାତି ଡିୟୁଟି ଚାଲିଥିଲା। ମୃତ ଡିଏସପିଙ୍କ ନାମ ଦିଲପ୍ରୀତ ସିଂହ । ସେ ମଲେରକୋଟଲାରେ ଡିଏସପି ପଦରେ ନିୟୋଜିତ ଥିଲେ। ପୁଲିସ ସୂତ୍ରରୁ ପ୍ରକାଶ, ଦିଲପ୍ରୀତ ସିଂହ ଲୁଧିୟାନାର ଏକ ଜିମକୁ ବ୍ୟାୟାମ ପାଇଁ ଯାଇଥିଲେ। ସେଠାରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାର କିଛି ସମୟ ପରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।ଜଣାପଡ଼ିଛି।
[ad_2]