ଦେଶ

ଇସ୍ରାଏଲ ନାଗରିକଙ୍କ ଉପରେ ଗୁଳି ଚଳାଇଲା ପାଲେଷ୍ଟାଇନ, ୩ ଜଣଙ୍କର ମୃତ୍ୟୁ – Ibnodisha

[ad_1]

ଜେରୁଜେଲମ: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ପରେ ସାତ ଦିନ ଧରି ଅସ୍ତ୍ରବିରତି ଚାଲିଛି । ଅକ୍ଟୋବର ୭ରେ ଗାଜା ସ୍ଥିତ ଆତଙ୍କବାଦୀ ସଂଗଠନ ହମାସ ଇସ୍ରାଏଲ ଉପରେ ୫ ହଜାର ରକେଟ ଗୁଳି ଚଳାଇଥିଲା ।

ଏହାର ପ୍ରତିଶୋଧ ନେଇ ଇସ୍ରାଏଲ ହମାସ ଉପରେ ଆକ୍ରମଣ କରିଥିଲା । କିନ୍ତୁ ଗତ କିଛି ଦିନ ହେବ ଉଭୟ ପକ୍ଷ ମଧ୍ୟରେ ଅସ୍ତ୍ରବିରତି ଜାରି ରହିଛି । କିନ୍ତୁ ଅସ୍ତ୍ରବିରତିର ସପ୍ତମ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି । ଯିରୁଶଲମରେ ଗୁଳି ବିନିମୟରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ପାଲେଷ୍ଟାଇନ ଆକ୍ରମଣକାରୀମାନେ ଏକ ବସ୍‌ଷ୍ଟାଣ୍ଟରେ ଗୁଳିଚାଳନା କରିଥିଲେ । ଯେଉଁଥିରେ ତିନି ଜଣ ଇସ୍ରାଏଲ ନାଗରିକ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ଏହି ଘଟଣା ପରେ ପୁନର୍ବାର ସେହି ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button