ଦେଶ
ପାର୍ବଣ ଋତୁରେ ନିୟନ୍ତ୍ରଣାଧୀନ ରହିଛି ଅତ୍ୟାବଶ୍ୟକ ସାମଗ୍ରୀ ଦର – Ibnodisha

[ad_1]
ନୂଆଦିଲ୍ଲୀ : ପାର୍ବଣ ଋତୁରେ ଅତ୍ୟାବଶ୍ୟକ ସାମଗ୍ରୀ ଚିନି, ଗହମ, ଚାଉଳ ଓ ଖାଇବା ତେଲର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ଉଦ୍ୟମ ଚାଲିଛି । ଖାଦ୍ୟ ସାଧାରଣ ବଣ୍ଟନ ବିଭାଗ ସଚିବ ସନ୍ଦୀପ ଚୋପ୍ରା କହିଛନ୍ତି ସରକାରଙ୍କ ପଦକ୍ଷେପ ଯୋଗୁଁ ମୂଲ୍ୟ ନିୟନ୍ତ୍ରଣାଧୀନ ରହିଛି । ଏହି ସାମଗ୍ରୀ ଗୁଡ଼ିକର ମୂଲ୍ୟ ସ୍ଥିତିକୁ ସରକାର ନିୟମିତ ତଦାରଖ କରୁଛନ୍ତି।
ଚିନିର ମୂଲ୍ୟ ଉପରେ ସୂଚନା ଦେବାକୁ ଯାଇ ଶ୍ରୀ ଚୋପ୍ରା କହିଛନ୍ତି ଦେଶରେ ୫୭ଳକ୍ଷ ଟନ୍ ଚିନି ମହଜୁଦ ଅଛି, ଯାହାକି ଅଢ଼େଇ
ମାସ ପର୍ଯ୍ୟନ୍ତ ଦେଶର ଘରୋଇ ଚାହିଦାକୁ ପୂରଣ କରିବାକୁ ସମର୍ଥ ହେବ। ଉପଭୋକ୍ତାମାନଙ୍କ ପାଇଁ ଯଥେଷ୍ଟ ଚିନି ଉପଲବ୍ଧ ସକାଶେ ବର୍ଷଯାକ ଉପଯୁକ୍ତ ମୂଲ୍ୟକୁ ନିୟନ୍ତ୍ରଣ ରଖାଯାଇଛି । ସେହିପରି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚିନି ରପ୍ତାନୀ ଉପରେ ନିୟନ୍ତ୍ରଣ ବଳବତ୍ତର ରହିବବୋଲି ସେ କହିଛନ୍ତି।
[ad_2]




