ଦେଶ

କୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଅଲଗା ହେବା ପରେ ବି ଲିଭ ଇନ୍ ପାର୍ଟନର ପାଇବେ କ୍ଷତିପୂରଣ – Ibnodisha

[ad_1]

ଭୋପାଳ: ଲିଭ ଇନ୍‌ରେ ରହି ପରେ ଅଲଗା ହୋଇଯାଉଥିବା ଘଟଣାରେ ମଧ୍ୟପ୍ରଦେଶ ହାଇକୋର୍ଟ ବଡ଼ ନିର୍ଦ୍ଦେଶ ଦେଇଛନ୍ତି । ଲିଭ ଇନ୍‌ରେ ଦୀର୍ଘ ବର୍ଷ ଧରି ରହୁଥିବା ମହିଳାଙ୍କ ଅଧିକାରକୁ ସୁନିଶ୍ଚିତ କରିବା ଦିଗରେ ହାଇକୋର୍ଟ ପଦକ୍ଷେପ ନେଇଛନ୍ତି । ଯଦି କୌଣସି ମହିଳା ନିର୍ଦ୍ଦିଷ୍ଟ ସମୟ ଧରି ଜଣେ ପୁରୁଷଙ୍କ ସହ ଲିଭ ଇନରେ ରହୁଛନ୍ତି, ତା’ହେଲେ ଅଲଗା ହେବା ପରେ ବି ମହିଳା ଜଣଙ୍କ ଭରଣପୋଷଣ ଖର୍ଚ୍ଚ ପାଇବାକୁ ହକଦାର । ସେମାନେ ଆଇନଗତ ଭାବେ ବିବାହ କରି ନଥିଲେ ମଧ୍ୟ ମହିଳାଙ୍କୁ କ୍ଷତିପୂରଣ ମିଳିପାରିବ ବୋଲି କୋର୍ଟ କହିଛନ୍ତି । ଟ୍ରାଏଲ କୋର୍ଟ ପ୍ରଥମେ ଜଣେ ବ୍ୟକ୍ତିଙ୍କ ବିରୋଧରେ ରାୟ ଦେଇଥିଲେ । ବ୍ୟକ୍ତି ଜଣଙ୍କ ଜଣେ ମହିଳାଙ୍କ ସହ ଲିଭ ଇନରେ ରହୁଥିଲେ ।

ଏହା ପରେ ଉଭୟ ଅଲଗା ହୋଇ ଯାଇଥିଲେ । କ୍ଷତିପୂରଣ ବା ମାସିକ ଭରଣପୋଷଣ ପାଇଁ ମହିଳା ଜଣଙ୍କ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଟ୍ରାଏଲ କୋର୍ଟ ମହିଳାଙ୍କ ଆବେଦନକୁ ଗ୍ରହଣ କରି ବ୍ୟକ୍ତିଙ୍କୁ ମାସିକ ୧୫ଶହ ଟଙ୍କା ଲେଖାଏ ଭରଣପୋଷଣ ପାଇଁ ଦେବାକୁ କହିଥିଲେ । ଏହାକୁ ବ୍ୟକ୍ତି ଜଣଙ୍କ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । କିନ୍ତୁ ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କ ରାୟରେ କୌଣସି ପ୍ରକାରରେ ପରିବର୍ତ୍ତନ କରିନାହାନ୍ତି । ଯଦି ଜଣେ ବ୍ୟକ୍ତି ଓ ମହିଳା ବାହା ନ ହୋଇ ବି ଏକାଠି ରହୁଥିବା ପ୍ରମାଣ ମିଳୁଛି, ତା’ହେଲେ ମହିଳାଙ୍କୁ ଅଲଗା ହେବା ପରେ କ୍ଷତିପୂରଣ ଦେବାକୁ କେବେ ହେଲେ ମନା କରାଯାଇ ପାରିବ ନାହିଁ । ଟ୍ରାଏଲ କୋର୍ଟ ଶୁଣାଣି ବେଳେ ହୃଦୟଙ୍ଗମ କରିଥିଲେ ଯେ ମହିଳା ଓ ବ୍ୟକ୍ତି ଜଣଙ୍କ ସ୍ୱାମୀ-ସ୍ତ୍ରୀ ଭାବେ ରହୁଥିଲେ । ଅତିରିକ୍ତ ଭାବେ ସେମାନଙ୍କର ଗୋଟିଏ ଛୁଆ ମଧ୍ୟ ହୋଇଛନ୍ତି । ତେଣୁ ମହିଳା ଜଣଙ୍କ ଭରଣପୋଷଣ ପାଇବାକୁ ହକଦାର ବୋଲି ହାଇକୋର୍ଟ କହିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button