ରାଜନୀତି

ଧର୍ମେନ୍ଦ୍ରଙ୍କ ପାରିବା ପଣିଆକୁ ନେଇ ପ୍ରଶ୍ନକଲେ ପ୍ରଣବ – Ibnodisha

[ad_1]

ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନ ୧୦ ବର୍ଷ ଧରି କେନ୍ଦ୍ରରେ ମନ୍ତ୍ରୀ ରହିଲେଣି, କିନ୍ତୁ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ତାଙ୍କୁ ଦେଖାଗଲା ନାହିଁ । ଲୋକଙ୍କ ଅନ୍ୟକଥା ତ ଛାଡନ୍ତୁ, ସାମନ୍ୟ ରାସ୍ତ କାମଟିଏ ମଧ୍ୟ କେନ୍ଦ୍ରମନ୍ତ୍ରୀ ଥାଇ ସାରିପାରିଲେ ନାହିଁ । ଯେଉଁଥି ପାଇଁ ପ୍ରତି ଦିନ ଅକାଳରେ ଲୋକଙ୍କ ପ୍ରାଣ ଯାଉଛି । ୪୦୦ରୁ ଅଧିକ ବହୁମୂଲ୍ୟ ଜୀବନ ମଧ୍ୟ ଧର୍ମେନ୍ଦ୍ରଙ୍କ ଅପାରଗତା ପାଇଁ ଯାଇ ସାରିଲାଣି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏତେବଡ଼ ବିଫଳତା ସତ୍ତ୍ୱେ ଆପଣ ସମ୍ବଲପୁରବାସୀଙ୍କ ପାଖକୁ ଆସି ମୁହଁ ଦେଖାଇ ପାରୁଛନ୍ତି । ଆଜି ବିଜେଡି ସଙ୍ଗଠନ ସମ୍ପାଦକ ତଥା ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଏପରି ମନ୍ତବ୍ୟ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି ।

ନିଜ ସୋସିଆଲ ମିଡିଆ ସାଇଟ୍ ‘ଏକ୍ସ’ରେ ଏକ ପୋଷ୍ଟ ଜରିଆରେ ଶ୍ରୀ ଦାସ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଭାବେ ଆପଣଙ୍କର ଗତ ୧୦ ବର୍ଷର ବିଫଳତା ସମ୍ବଲପୁରବାସୀଙ୍କ ପାଖରେ ରହିଛି । ଏହି ୧୦ ବର୍ଷ ମଧ୍ୟରେ ଆପଣ କଟକ-ସମ୍ବଲପୁର ଏନ୍‌ଏଚ-୫୫ର ଅବସ୍ଥା ସୁଧାରି ପାରିଲେ ନାହିଁ । ଆପଣଙ୍କର ଅପାରଗତା ଓ ସ୍ଥାଣୁତା ପାଇଁ ୨୦୦ରୁ ଅଧିକ ଦୁର୍ଘଟଣାରେ ୪୦୦ରୁ ଅଧିକ ମୂଲ୍ୟବାନ ଜୀବନ ଚାଲିଯାଇଛି । କାହାର ଅକ୍ଷମତା ପାଇଁ ଏତେ ଲୋକଙ୍କ ଜୀବନ ଗଲା? ଏଥିପାଇଁ କିଏ ଦାୟୀ ବୋଲି ଶ୍ରୀ ଦାସ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।

ଶ୍ରୀ ଦାସ ଆହୁରି କହିଛନ୍ତି ଯେ ଏତେ ଦିନ ଧରି କ୍ଷମତାରେ ରହି ଆପଣ ଲୋକଙ୍କ ପାଇଁ କ’ଣ କଲେ । ଯେଉଁଠି ବର୍ଷ ବର୍ଷ ଧରି ସାମାନ୍ୟ ରାସ୍ତାଟିଏ ମରାମତି କରିବା ଆପଣଙ୍କ ଭଳି କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରେ ସମ୍ଭବ ହେଲା ନାହିଁ ସେଠି ଅନ୍ୟ କାମ କଥା ନ କହିବା ଭଲ । ଏହା ଠାରୁ ବଡ଼ ବିଫଳତା ଆଉ କ’ଣ ହୋଇପାରେ? ଯେଉଁ ସମ୍ବଲପୁରବାସୀଙ୍କ ଜୀବନ ରେଖାକୁ ଆପଣ ୧୦ ବର୍ଷ ଧରି ବିପର୍ଯ୍ୟସ୍ତ କରି ରଖିଛନ୍ତି, ସେମାନଙ୍କୁ ଏବେ କେମିତି ମୁହଁ ଦେଖାଇବେ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ୧୦ ବର୍ଷ ଧରି ଆପଣଙ୍କ ବିଫଳତା ସମ୍ବଲପୁରବାସୀ ଦେଖିଛନ୍ତି ଆଉ ଆଗାମୀ ନିର୍ବାଚନରେ ଏହାର ଉଚିତ ଜବାବ୍ ଦେବେ ବୋଲି ଶ୍ରୀ ଦାସ କହିଛନ୍ତି ।

ଉଲ୍ଲେଖଯୋଗ୍ୟ ପଶ୍ଚିମ ଓଡ଼ିଶାକୁ ଉପକୂଳ ଓଡ଼ିଶା ସହ ସଂଯୋଗ କରୁଥିବା କଟକ-ସମ୍ବଲପୁର ଏନ୍‌ଏଚ୍‌-୫୫କୁ ଓଡ଼ିଶାର ଜୀବନ ରେଖା ବୋଲି କୁହାଯାଏ । ରାସ୍ତାର ଅବସ୍ଥା ଏପରି ହେଲାଣି ଯେ ଲୋକ ଏହି ବାଟ ଦେଇ ଯିବା ଆସିବା କରିବାକୁ ଭୟ କରୁଛନ୍ତି । ୧୫/୨୦ ମିନିଟ୍ ରାସ୍ତା ଅତିକ୍ରମ କରିବା ଲାଗି ଘଣ୍ଟା ଘଣ୍ଟା ସମୟ ଲାଗୁଛି । ଏନ୍‌ଏଚ୍‌-୫୫ ଦେଇ ରୋଗୀଙ୍କୁ ନେଇ କଟକ ଏସ୍‌ସିବି, ଭୁବନେଶ୍ୱର ସ୍ଥିତ ଏମ୍ସ ସମେତ ବିଭିନ୍ନ ଡାକ୍ତରଖାନା ଯାଉଥିବା ଆମ୍ବୁଲାନ୍ସ ରାସ୍ତା ଖରାପ ପାଇଁ ଅତ୍ୟନ୍ତ ମନ୍ଥର ଗତିରେ ଯାଉଛି ଅବା ଭିଡ଼ ଭିତରେ ଫସି ଯାଉଛି । ଅନେକ ସମୟରେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଆମ୍ବୁଲାନ୍ସରେ ହିଁ ରୋଗୀର ପ୍ରାଣ ବାୟୁ ଉଡିଯାଉଛି । ମରଣଯନ୍ତା ପାଲଟିଥିବା ସମ୍ବଲପୁର-କଟକ ଏନ୍‌ଏଚ୍‌-୫୫ର ଦୁରାବସ୍ଥା ହେତୁ ପ୍ରତି ଦିନ ନିରୀହ ଜନତା ପ୍ରାଣ ହରାଉଛନ୍ତି ।

ବିନା କାରଣରେ ଅନେକ ପରିବାର ଉଜୁଡ଼ି ଯାଉଛି । ଏନ୍‌ଏଚ୍‌-୫୫କୁ ଅବସ୍ଥା ସୁଧାରିବା ପାଇଁ କୌଣସି ଆନ୍ତରିକତା ପ୍ରକାଶ ନ ପାଇବା ଜନତାଙ୍କ ମଧ୍ୟରେ ଆକ୍ରୋଶ ଭରି ଦେଇଛି । ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ବିଜୁ ଜନତା ଦଳ ଲଗାତାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବାରମ୍ବାର ଆକ୍ରମଣ କରି ଆସୁଛି । ଯେଉଁ କାମ କିଛି ମାସ ଭିତରେ ଶେଷ ହେବା କଥା ତାହା ୮ ବର୍ଷରୁ ଅଧିକ ସମୟ ଧରି ଚାଲିଛି । ଅନୁଗୁଳ ଜିଲ୍ଲାର ବାସିନ୍ଦା ଥିବା ଶ୍ରୀ ପ୍ରଧାନ ଏହି ରାସ୍ତା ଦେଇ ଯିବା ଆସିବା କରୁଥିଲେ ସୁଦ୍ଧା ଏହାର ଅବସ୍ଥା ସୁଧାରିବା ଦିଗରେ ଯତ୍ନବାନ୍ ନଥିବା ବିଜେଡି ଅଭିଯୋଗ କରିବା ସହିତ ତାଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button