ରାଜନୀତି

ପ୍ରଦେଶ ଯୁବ କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ – Ibnodisha

[ad_1]

ଭୁବନେଶ୍ୱର – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ନବନିଯୁକ୍ତ ଏବଂ ନବନିର୍ବାଚିତ ପ୍ରଦେଶ ଯୁବ କଂଗ୍ରେସ କର୍ମକର୍ତା ଓ ଜିଲ୍ଲା ସଭାପତିମାନଙ୍କର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଂଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଯୁବ କଂଗ୍ରେସ ପତାକା ଉତୋଳନ କରାଯାଇଥିଲା । ଶୋକ ପ୍ରସ୍ତାବରେ କଂଗ୍ରେସ ନେତା ଏବଂ ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜ୍ଜନ କରିଥିବା ବ୍ୟକ୍ତି ବିଶେଷ ବିୟୋଗରେ ଶୋକବ୍ୟକ୍ତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଶ୍ରୀ ମିଲିନ ଗୌତମ ମୁଖ୍ୟ ଅତିଥିଭାବେ ଯୋଗଦେଇ “ରୋଜଗାର ଦିଅ, ନ୍ୟାୟ ଦିଅ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରତି ଜିଲ୍ଲାରେ ଆୟୋଜିତ ହେବାପାଇଁ ସେ ଘୋଷଣା କରିଥିଲେ । ଶ୍ରୀ ଗୌତମ କହିଥିଲେ ଯେ ମୋଦୀ ଓ ନବୀନ ଶାସନରେ ବେକାର ଯୁବକ ଯୁବତୀ ମାନେ ନୈରାଶ୍ୟରେ ରହିଛନ୍ତି । ମୋଦୀଙ୍କ ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଏବଂ ନବୀନଙ୍କ ବର୍ଷକୁ ୨ଲକ୍ଷ ନିଯୁକ୍ତି ପ୍ରତିଶ୍ରୁତି କେବଳ ଏ ଦେଶ ଓ ରାଜ୍ୟର ଯୁବକଯୁବତୀଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ଥିଲା । ବାସ୍ତବ କ୍ଷେତ୍ରରେ ଏହି ଦୁଇ ସରକାର ଯୁବକଯୁବତୀମାନଙ୍କୁ ପ୍ରତାରିତ କରିଛନ୍ତି । ମୋଦୀ ସରକାରରେ ୧୦ଲକ୍ଷ ପଦବୀ ଖାଲି ପଡ଼ିଥିବା ବେଳେ ନବୀନ ସରକାରରେ ୨ଲକ୍ଷ ୨୬ ହଜାର ପଦବୀ ଖାଲି ପଡ଼ିଛି । ସୁତରାଂ ଓଡ଼ିଶାରେ ଉତ୍କଟ ବେକାରୀ ସମସ୍ୟା ଦେଖାଦେଇଛି । ପ୍ରଦେଶ ଯୁବ କଂଗ୍ରେସର ଆନ୍ଦୋଳନ ଏ ରାଜ୍ୟର ବେକାର ଯୁବକଯୁବତୀ ମାନଙ୍କର ଅସନ୍ତୋଷର ସ୍ୱର ହେବ । ପ୍ରଚଳିତ ଶାସନ ବ୍ୟବସ୍ଥାର ପରିବର୍ତନ ପାଇଁ ଯୁବ କଂଗ୍ରେସର ଆନ୍ଦୋଳନରେ ସାମିଲ ହେବାପାଇଁ ସେ ଯୁବ ସମାଜକୁ ଆହ୍ୱାନ ଦେଇଥିଲେ । ଏତଦ୍‌ଭିନ୍ନ ଓଡ଼ିଶା ଦେଇ ଯାଉଥିବା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସାମିଲ ହୋଇ ନିଜର ଅଧିକାର ପାଇଁ ଲଢ଼େଇ କରିବାକୁ ଶ୍ରୀ ଗୌତମ ଓଡ଼ିଶାର ଯୁବ ସମାଜକୁ ଅନୁରୋଧ କରିଛନ୍ତି ।
ଅଖିଲ ଭାରତ ଯୁବ କଂଗ୍ରେସର ସମ୍ପାଦକ ତଥା ଓଡ଼ିଶା ସହ ପ୍ରଭାରୀ ଶ୍ରୀ ଅଭିନବ ଭଗତ “ୟଙ୍ଗ ଇଣ୍ଡିଆ କେ ବୋଲ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ମଧ୍ୟ ବିଧାନସଭା ସ୍ତରରେ ଆୟୋଜିତ ହେବ । ପ୍ରତିଭାଶାଳୀ ଯୁବକମାନଙ୍କୁ ସଂଗଠନରେ ଅଗ୍ରାଧିକାର ଦେବାପାଇଁ ଏହା ଏକ କାର୍ଯ୍ୟକ୍ରମ । ଯେଉଁ ଯୁବକମାନେ କଂଗ୍ରେସର ନୀତି ଓ ଆଦର୍ଶ ରେ ଅନୁପ୍ରାଣୀତ ହୋଇ କଂଗ୍ରେସ ଦଳର ଏବଂ ବିଶେଷ କରି ଉପେକ୍ଷିତ ଜନତାର ସ୍ୱର ଭାବେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକରିବେ ସେହିମାନଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଚୟନ କରାଯିବ ।
ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର କହିଥିଲେ ଯେ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀ ସ୍ତରରେ ବେକାରୀ ସମସ୍ୟାକୁ ନେଇ ଦୁର୍ବାର ଆନ୍ଦୋଳନ କରିବାପାଇଁ ଆଜିର କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ ହୋଇଥିଲା । ଏତଦ୍‌ଭିନ୍ନ ନବୀନ ଓ ମୋଦୀ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ଆଦିବାସୀ, ଦଳିତ ଓ ପଛୁଆବର୍ଗ ପ୍ରତି ସରକାରୀ ଉଦାସୀନତା ପ୍ରତିବାଦରେ ଯୁବ କଂଗ୍ରେସର ଲଢ଼େଇ ବୁଥ ସ୍ତରରୁ ଆରମ୍ଭ ହେବ ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ଯୁବ କଂଗ୍ରେସ କଂଗ୍ରେସ ଦଳର ମେରୁଦଣ୍ଡ । କିଛି ନିଷ୍ଠାବାନ ଯୁବକର୍ମୀ ଆଗ୍ରହ ଓ ଉତ୍ସାହର ସହ କାର୍ଯ୍ୟକଲେ ପ୍ରଚଳିତ ବ୍ୟବସ୍ଥାର ପରିବର୍ତନ ହୋଇପାରିବ । ଯୁବକମାନେ ନବୀନ ଓ ମୋଦି ସରକାରର ଅହଂକାର ଓ ଜନବିରୋଧି କାର୍ଯ୍ୟକ୍ରମକୁ ଅବିରତ ତୃଣମୂଳସ୍ତରରୁ ପ୍ରତିବାଦ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ସୁରେଶ କୁମାର ରାଉତରାୟ, ପିସିସି ବରିଷ୍ଠ ଉପସଭାପତି ଶ୍ରୀ ଶିବାନନ୍ଦ ରାୟ, ନବଜ୍ୟୋତି ପଟ୍ଟନାୟକ, ପିସିସି ସଂପାଦକ ସଂଗ୍ରାମ ଦାସ, ଅଭିଳାଷ ମାଣିଆ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରଦଶେ ଯୁବ କଂଗ୍ରେସ ସାଧାରଣ ସଂପାଦକ ଶ୍ରୀ ଅଭିଜିତ ଜେନା ଓ ନିହାର ବେହେରା ପରିଚାଳନା କରିଥିଲା ବେଳେ ସୁଦୀପ ସାମଲ ସସସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଦେଶ ଯୁବ କଂଗ୍ରେସ ଉପସଭାପତି ଶ୍ରୀ କୃଷ୍ଣଚନ୍ଦ୍ର ମହାନ୍ତି, ନାରାୟଣ ବାରି, ମହମ୍ମଦ ଗୁଲଫାମ, ସ୍ୱାଗତ କର, ଶିବ ଅଗ୍ରୱାଲ, ଗୋପନ ମାର୍ଥା, ଲିପିକା ମାଝୀ, ରଞ୍ଜନ ଦାସ, ସୁନେଶ ଧିର, ଶୁଭମ ଦାସ, ନଳିନୀ କାନ୍ତ ନାୟକ, ଜ୍ଞାନ ରଞ୍ଜନ ରାଉତ, କେଦାର ଦଳାଇ, ବନିତା ଓଝା, ଜାଭେଦ ଅକତାର, ସାହାରୁଖ ଖାନ, କାର୍ତିକ ଘଡ଼େଇ, ହେମନ୍ତ ମହାପାତ୍ର, ସମ୍ବିତ ମଙ୍ଗରାଜ, ଆଲୋକ ଦାସ, ଇମିତଆଜ ଖାନ, ମହମ୍ମଦ ସାହେବ, ଅମରେଶ ପରିଡ଼ା ପ୍ରମୁଖ ପ୍ରଦେଶ ଯୁବ କଂଗ୍ରେସ କର୍ମକର୍ତା ଏବଂ ଜିଲ୍ଲା ଯୁବ କଂଗ୍ରେସ ସଭାପତିମାନେ ଅଂଶଗ୍ରହଣ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button