ରାଜନୀତି

କେନ୍ଦ୍ର ନେତୃତ୍ୱ ନବୀନଙ୍କ ବିରୋଧରେ ସ୍ୱର ଉଠାଇବେ ତ – Ibnodisha

[ad_1]

ଭୁବନେଶ୍ୱର : ବିଜେଡି- ବିଜେପି ମେଣ୍ଟକୁ ନେଇ ଚାଲିଥିବା କଳ୍ପନା ଜଳ୍ପନା ଓ ଧାଁ ଦୌଡ଼ ପରେ ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରି ପୂର୍ଣ୍ଣଛେଦ ପକାଇଛନ୍ତି । ବିଜେପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି । ମନମୋହନଙ୍କ ଏହି ବକ୍ତବ୍ୟ ପରେ ବର୍ତ୍ତନ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି ବିଜେପି ଏକାକୀ ଲଢ଼ିଲେ ନିର୍ବାଚନ ପ୍ରଚାରରେ କେନ୍ଦ୍ରୀୟ ନେତାମାନେ ଓଡ଼ିଶାକୁ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିବେ କି ନାହିଁ? ଏବଂ ପ୍ରଚାର କରିବାକୁ ଆସିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରଙ୍କୁ ସମାଲୋଚନା କରିବେ କି ନାହିଁ? ଏ ପ୍ରଶ୍ନର ଉତ୍ତର ବିଜେପି ରଖିବା ଦରକାର । କାରଣ ନିକଟରେ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ନେତାଙ୍କ ନବୀନଙ୍କ ପ୍ରତି ମନୋଭାବରୁ ଏହି ପ୍ରଶ୍ନ ଉଠୁଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ କୌଣସି ମତ ନଦେବା ଏବଂ ବିଜେପିର ଦୁଇଦଫା ପ୍ରାର୍ଥୀ ତାଲିକା ଘୋଷଣାରେ ଓଡ଼ିଶା ସ୍ଥାନ ନ ପାଇବା ଏବଂ ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଓ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଯାଇ ବିଜେପି ନେତାଙ୍କ ନହ ଆଲୋଚନା କରିବା ଘଟଣାକ୍ରମକୁ ନେଇ ମେଣ୍ଟ ଚର୍ଚ୍ଚା ଜୋର୍ ଧରିଲା । ବିଜେପି ନେତାମାନଙ୍କୁ ଡ଼ାକି ଶୀର୍ଷ ନେତୃତ୍ୱ ଦିଲ୍ଲୀରେ ଆଲୋଚନା ପରେ ସାଂସଦ ଜୁଏଲ୍ ଓରାମ କହିଲେ ସବୁ ବିଷୟରେ ଆଲୋଚନା ହୋଇଛି । ସେହିଦିନ ବିଜେଡି ନେତାମାନଙ୍କର ନୀବନ ନିବାସରେ ବୈଠକ ବସିଥିଲା । ବୈଠକ ପରେ ଦଳୀୟ ନେତାମାନେ ମେଣ୍ଟ ହେବାଠୁ ଆରମ୍ଭ କରି ସଂଗଠନ ସପକ୍ଷରେ ଆଲୋଚନା କରାଯାଇଥିବାର ସୂଚନା ଦେଲେ । ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଯାହା ଆବଶ୍ୟକ ପଡ଼ିବ କରାଯିବ ବୋଲି କହିଥିଲେ । କିନ୍ତୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମେଣ୍ଟ ପ୍ରସଙ୍ଗକୁ ଗୁଜବ ବୋଲି ଦିଲ୍ଲୀରୁ ଫେରିବା ପରେ କହିଥିଲେ । ସେତେବେଳେ ନବୀନ ପଟ୍ଟନାୟକଙ୍କର ଏକ ଭିଡିଓ ଆସିଲା । ଯେଉଁଥିରେ ଗୁଜବ ଓ ମିଛ କଥା ରାଜନୀତିରେ ସବୁଠୁ ଖରାପ କଥା ବୋଲି କହିଥିଲେ । ହେଲେ ଏହି ଛକା ପଞ୍ଝା ଭିତରେ ବିଜେପିର ଲୋକସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଲା । ସେଥିରେ ଓଡ଼ିଶାର କାହାରି ନାଁ ରହିଲା ନାହିଁ । ପରବର୍ତ୍ତି ସମୟରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବି ଓଡ଼ିଶାର ସ୍ଥାନ ପାଇଲା ନାହିଁ । ବିଜେପି ନେତାମାନେ ଘନ ଘନ ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କଲେ । ଗତକାଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା ପରେ ଆଜି ଦିଲ୍ଲୀରୁ ଫେରି ରାଜ୍ୟ ସଭାପତି ମନମୋହନ କହିଲେ ମେଣ୍ଟ କଥାକୁ ଏଡ଼ାଇ କହିଲେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ । ଏକଥା ଦର୍ଶାଇ ସେ ସିଧା ଜଣାଇଲେ ଯେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଓ ମେଣ୍ଟ ହେବ ନାହିଁ ।

ଏହି ଘଟଣା ପରେ ପ୍ରଶ୍ନ ଆସୁଛି ବିଜେଡି ବିରୋଧରେ ବିଜେପି ପ୍ରାର୍ଥୀ ଦେଲେ ଦଳ ପାଇଁ ପ୍ରଚାର କରିବାକୁ କେନ୍ଦ୍ରୀୟ ନେତାମାନେ ନିଶ୍ଚୟ ଓଡ଼ିଶାକୁ ଆସିବେ । ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରଚାର କରିବେ । ଏଠି କଥା ଉଠୁଛି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଭଳି ନେତା ନିଶ୍ଚୟ ପ୍ରଚାର ପାଇଁ ଆସିବେ । ସେମାନେ ନବୀନ ପଟ୍ଟନାକୟଙ୍କ ବିରୋଧରେ ମତ ରଖିବେ ତ? ଆଉ ମତ ରଖିଲେ ତାକୁ ଲୋକେ ବିଶ୍ୱାସ କୁ ନେଇ ଗ୍ରହଣ କରିବେ ତ? କାରଣ ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ଦୁଇଥର ଓଡ଼ିଶା ଗସ୍ତରେ ସରକାରୀ କାର୍ଯ୍ୟକ୍ରମରେ ଆସିଥିଲେ । ଉଭୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ପ୍ରଥମେ ସମ୍ବଲପୁର କାର୍ଯ୍ୟକ୍ରମରେ ନବୀନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ‘ପରମ ମିତ୍ର’ ବୋଲି ସମ୍ବୋଧନ କରିଥିଲେ । ପରେ ଚଣ୍ଡିଖୋଲ କାର୍ଯ୍ୟକ୍ରମରେ ନବୀନଙ୍କୁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି କହି ସାର୍ଟିଫିକେଟ୍ ଦେଇଥିଲେ । ଏପରିକି ଦୁଇ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଚାରୋଟି ସାଧାରଣ ସଭାରେ ଊଦ୍‌ବୋଧନ ଜନ ସାଧାରଣଙ୍କୁ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ତାଙ୍କ ସରକାରଙ୍କ ବିରୋଧରେ ପଦୁଟିଏ ବି କହି ନଥିଲେ କି ପରୋକ୍ଷରେ କିମ୍ବା ପ୍ରତୋକ୍ଷରେ କୌଣସି ମନ୍ତବ୍ୟ ରଖି ନଥିଲେ । ନିର୍ବାଚନ ପ୍ରଚାରକୁ ଆସି ଆଉ ନବୀନଙ୍କ ବିରୋଧରେ ୨୦୧୯ ଭଳି ବିଶୋଦଗାର କରି ପାରିବେ କି? ଆଉ ବିଶୋଦଗାର କଲେ ତାକୁ କ’ଣ ଲୋକେ ଗ୍ରହଣ କରିବେ?

ଏଣୁ ବିଜେପି ପାଇଁ ଏହା ସବୁଠାରୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ । ବିଜେଡି ବିରୋଧରେ ନ କହିଲେ କିି ମୁଖ୍ୟମନ୍ତ୍ରୀଙ୍କୁ ଗାଳି ନ କଲେ ଲୋକେ ଏଥିରେ ପ୍ରଭାବିତ ହେବାର ସମ୍ଭାବନା କ୍ଷୀଣ । ଏଣୁ ଯେଉଁ ଉଦ୍ୟମ ହେଲା ଏବଂ ବିଜେପି ଯେଉଁ ବଦକ୍ଷେପ ମାନ ନେଇ ଚାଲିଲା ସେଥିରେ ବର୍ତ୍ତମାନ ବିପରୀତମୁଖି ହେବାକୁ ଯାଉଛି । ଏହା ଦ୍ୱାରା ଦଳର ହିଁ ପ୍ରଭୁତ କ୍ଷତି ଘଟିବ ଏହି ନେଇ ରାଜନୈତିକ ମହଲରେ ଆଲୋଚନା ଚାଲିଛି । ଏଣୁ ବିଜେପି ଏବେ ଦୋଛକିରେ ପଡ଼ିଛି ବୋଲି କୁହାଯାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button