ଅଧିକାର ଅଛି ସସ୍ପେଣ୍ଡ କର : ସୌମ୍ୟ – Ibnodisha
[ad_1]
ଭୁବନେଶ୍ୱର : ଦଳୀୟ ଫୋରମ କେଉଁଠି ବୋଲି ପଚାରିଲେ ସୌମ୍ୟ | ଦଳୀୟ ଫୋରମରେ କାହିଁକି କହୁନାହାନ୍ତି ପ୍ରଶ୍ନରେ ଜବାବ | ଦଳୀୟ ଫୋରମ କଣ ତୃତୀୟ ମହଲାରେ ଅଛି କି ପଚାରିଲେ | ଦରମାଭୋଗୀ ସଚିବ ମାନେ ଦଳୀୟ କାମରେ ମୁଣ୍ଡ ପୂରାଇବା ଅନୁଚିତ | ସେହପରି ନିର୍ଦ୍ଦିଷ୍ଟ ବ୍ୟୁରୋକ୍ରାଟଙ୍କୁ କଡ଼ା ଆହ୍ୱାନ ଦେଲେ ସୌମ୍ୟ । ଚାକିରି ଛାଡ଼ି ଦଳ ସମ୍ଭାଳିବାକୁ କହିଛନ୍ତି । ଆମ ଦଳରେ କଣ କେହି ନେତା ନାହାନ୍ତି ଦଳ କଥା ବୁଝିବାକୁ ବୋଲି ସେ କହିଛନ୍ତି । ଜଣେ ଦୁଇ ଜଣ ଆଇଏଏସ୍ କଣ ଦଳ କଥା ବୁଝିବେ?’ଯଦି ଦଳ କଥା ବୁଝିବାକୁ ଇଛା, ଇସ୍ତଫା ଦେଇ ଦଳକୁ ଆସିବା ଉଚିତ । ପଦବୀରୁ ଇସ୍ତଫା ଦେଇ ଦଳୀୟ କାର୍ଯ୍ୟକ୍ରମ ସମ୍ଭାଳନ୍ତୁ, ଆପତ୍ତି ନାହିଁ । ପ୍ରତାପ ଦେବଙ୍କ ମନ୍ତବ୍ୟ ଉପରେ କଡା ଜବାବ ଦେଲେ ସୌମ୍ୟ | ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ମୁହଁତୋଡ ଜବାବ | ପ୍ରତାପଙ୍କୁ ଧନ୍ୟବାଦ , ମୋ କଥା କିଛି ପରିମାଣରେ ତାଙ୍କୁ ଆଘାତ ଦେଉଛି | ପ୍ରତାପ ଦେବ ପରାମର୍ଶ ଦେଇଛନ୍ତି , ତାଙ୍କ କଥା କଣ ବେଦର ଗାର | ମୁଁ ତିନୋଟି ଭୂମିକାରେ ଅଛି ତେଣୁ ଦ୍ଵନ୍ଦ ରହିବା ସ୍ୱାଭାବିକ | ଯାହା ସମ୍ପାଦକୀୟରେ ଲେଖୁଛି , ତାହା କିଭଳି ଅନୁଶାସନ ବାହାରେ ବୁଝିପାରୁନି | ଦଳର ସେ ଅଧିକାର ଅଛି ଯଦି ସେ ଚାହିଁବେ ମୋତେ ଦଳରୁ ନିଲମ୍ବନ କରିପାରିବେ ବୋଲି କହିଛନ୍ତି ସୌମ୍ୟ |ମୁଖ୍ୟମନ୍ତ୍ରୀ କଣ ଏତେ ଅସହାୟ ହୋଇଗଲେଣି ବୋଲି ପଚାରିଲେ ସୌମ୍ୟ | ସିଏମଓ ରାଜ୍ୟସାରା ବୁଲୁଥିବା ପ୍ରଶ୍ନରେ ସୌମ୍ୟାଙ୍କ କଡା ମନ୍ତବ୍ୟ | ସିଏମଓରୁ ଆଉ କିଏ ଯାଇଛି , ସେଇ ଗୋଟିଏ ଲୋକ କଣ ସବୁ ବୁଝୁଛି | ସେଇ ଗୋଟିଏ ଲୋକ ସରକାର , ଲୋକଙ୍କ କଥା ବୁଝୁଛି | ଏହା ସାଧାରଣ ଜନତାଙ୍କ ପାଇଁ ଅପମାନଜନକ କଥା ନୁହେଁ କି | ନେତାମାନେ କହୁନାହାନ୍ତି ସେମାନେ ଅସହାୟ , ତାଙ୍କ ଦ୍ୱାରା ଶାଗ ସିଝିବନି | ତେଣୁ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀ ମାନଙ୍କୁ ବିଶ୍ୱାସ କରୁନାହାନ୍ତି କହୁନାହାନ୍ତି | କେବଳ ଜଣିଏ ଲୋକ ଅଛି ତା ଉପରେ ସବୁ ଅଠା ଛିଡ଼ିଛି ? ମୁଖ୍ୟମନ୍ତ୍ରୀ କଣ ଏତେ ଅସହାୟ ହୋଇଗଲେଣି ଭିଡିଓ ବାର୍ତ୍ତାରେ କହିବେ | ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିବେ ମୁଁ ୟାଙ୍କୁ ପଠାଉଛି ବୋଲି | ସର୍ଭେ କହୁଛି ମୁଖ୍ୟମନ୍ତ୍ରୀଙ୍କ ଗ୍ରହଣୀୟତା କମି କମି ଯାଉଛି | ବିପଦ ଆସୁଛି ବୋଲି ସୁଚାଇବା କଣ ଦଳ ବିରୋଧୀ କାର୍ଯ୍ୟ | ଖାଲି ହଁ ମାରିବାଟା ଯଦି ଶୃଙ୍ଖଳିତ କାର୍ଯ୍ୟ , ମୁଁ ସେମିତି କର୍ମୀ ନୁହେଁ | ମୁଁ ହଁରେ ହଁ ମାରିବା ଲୋକ ନୁହେଁ ବୋଲି କହିଲେ ସୌମ୍ୟ | ମୁଁ ଦଳ ବିରୋଧରେ କେବେ କେଉଁଠି ଯାଇ ନାହିଁ | ଯେତେ ଦିନ ଯେଉଁ ଦଳରେ ଥାଏ ଦଳର ହିତ ପାଇଁ କାମ କରେ |
[ad_2]