ଦେଶ

ମୋ‌ରୋକୋ ଭୂମିକମ୍ପ : ମୃତ୍ୟୁସଂଖ୍ୟା ୮୨୦କୁ ବୃଦ୍ଧି – Ibnodisha

[ad_1]

ମୋ‌ରୋକୋ : ମୋ‌ରୋକୋକୁ କନ୍ଦାଇଲା ଭୂମିକମ୍ପ। ଶୁକ୍ରବାର ରାତି ୧୧.୧୧ରେ ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମୋ‌ରୋକୋରେ ହୋଇଥିବା ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୮୨୦କୁ ବୃଦ୍ଧି ପାଇଛି। ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି କୁହାଯାଉଛି। ଭୂମିକମ୍ପର ତୀବ୍ରତା ଅଧିକ ଥିବାରୁ ଏବେ ଶହ ଶହ ଲୋକ ନିଜ ଘରର ଭଗ୍ନାଂଶ ତଳେ ଚାପି ହୋଇ ରହିଥିବା କୁହାଯାଉଛି।ଶନିବାର ସକାଳେ ମୋ‌ରୋକୋର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ ଭୂକମ୍ପ ପ୍ରଭାବିତ ପ୍ରଦେଶରେ ଅତି କମରେ ୮୨୦ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୩୦୦ଆହତ ଲୋକଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ଅଧିକାଂଶ କ୍ଷତି ସହର ବାହାରେ ଘଟିଛି। ଏପର୍ଯ୍ୟନ୍ତ ଭୂମିକମ୍ପ ପାଇଁ ମୋରୋକୋକୁ କେତେ କ୍ଷତି ସହିବାକୁ ପଡ଼ିବ, ତାହାର ଆକଳନ କରାଯାଇନାହିଁ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୂକମ୍ପ ଯୋଗୁଁ ହୋଇଥିବା ମୃତ୍ୟୁକୁ ନେଇ ସମବେଦନା ଜଣାଇବା ସହ ଦୁଃଖ ପ୍ରକାଶ କରିଛନ୍ତି। ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ପୋଷ୍ଟ କରି ସେ ଲେଖିଛନ୍ତି, “ମୋରୋକୋରେ ହୋଇଥିବା ଭୂକମ୍ପ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମୁଁ ଦୁଃଖିତ। ଏହି ଦୁଃଖଦ ସମୟରେ ମୋର ସମବେଦନା ମୋରୋକୋରବାସୀଙ୍କ ସହ ଅଛି। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା। ଆହତମାନେ ଶୀଘ୍ର ସୁସ୍ଥ ହୁଅନ୍ତୁ। ଭାରତ ଏହି କଷ୍ଟ ସମୟରେ ମୋରୋକୋକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି। “

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button