ଦେଶ

ମୃତ ସାମ୍ବାଦିକାଙ୍କ ମା’ଙ୍କ ଇଚ୍ଛା ପୂରା ହେଲା ; ସୌମ୍ୟାଙ୍କ ହତ୍ୟାକାରୀଙ୍କୁ ହେଲା ଆଜୀବନ ଜେଲ – Ibnodisha

[ad_1]

ନୂଆଦିଲ୍ଲୀ: ସାମ୍ବାଦିକା ସୌମ୍ୟା ବିଶ୍ୱନାଥନଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ଜଣ ହତ୍ୟାକାରୀଙ୍କର ଆଜି ଦଣ୍ଡର ଶୁଣାଣି ହୋଇଛି। ୪ଜଣ ହତ୍ୟାକାରୀ ରବି କପୁର, ଅମିତ ଶୁକ୍ଳା, ବଲବୀର ମଲିକ ଓ ଅଜୟ କୁମାରଙ୍କୁ ଦିଲ୍ଲୀର ସା‌କେତ କୋର୍ଟ ଆଜୀବନ ଜେଲଦଣ୍ଡ ସହିତ ୧.୨ଲକ୍ଷ ଟଙ୍କାର ଜରିମାନାର ଶୁଣାଣି କରିଛନ୍ତି।ଏଥିସହିତ ଅନ୍ୟ ଜଣେ ଦୋଷୀ ଅଜୟ ସେଠୀକୁ ଆଜୀବନ ଜେଲ ହୋଇନାହିଁ । ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଧାରା ୪୧୧ ଆଧାରରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଗତଶୁକ୍ରବାର ସାକେତ କୋର୍ଟ ଏହି ମାମଲାର ଶୁଣାଣି ପୂରା କରି ନିଷ୍ପତ୍ତିକୁ ସୁରକ୍ଷିତ ରଖି ଦେଇଥିଲେ। ଆଜି କୋର୍ଟ ଦୋଷୀଙ୍କୁ ମିଳିଥିବା ଦଣ୍ଡର ଘୋଷଣା କରି କହିଛନ୍ତି, ‘ସୌମ୍ୟ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ଜଣ ହତ୍ୟାକାରୀଙ୍କୁ ଦୁଇଟି ମାମଲାରେ ଭିନ୍ନଭିନ୍ନ ଆଜୀବନ ଜେଲ ଦଣ୍ଡର ଶୁଣାଣି ସହିତ ଜରିମାନା ହୋଇଛି।ଏହି ଶୁଣାଣି ପରେ ମୃତ ସାମ୍ବାଦିକାଙ୍କ ମା’ଙ୍କ ଇଚ୍ଛା ପୂରା ହୋଇଥିବା କୁହାଯାଉଛି। କାରଣ ୨୦୦୮ ସେପ୍ଟେମ୍ବର ୩୦ରେ ୨୫ ବର୍ଷୀୟ ସାମ୍ବାଦିକ ସୌମ୍ୟା ଅଫିସରୁ ଫେରୁଥିବା ସମୟରେ ଦିଲ୍ଲୀର ବସନ୍ତ ବିହାରରେ ତାଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାପରେ ମୃତଦେହ ତାଙ୍କ କାରରୁ ମିଳିଥିଲା। ଏହି ହତ୍ୟାକାଣ୍ଡ ପରେ ଝିଅକୁ ନ୍ୟାୟ ଓ ଦୋଷୀକୁ ଦଣ୍ଡ ଦେବାପାଇଁ ସୌମ୍ୟାଙ୍କ ମାଆ ଅଭିଯୋଗ କରିବା ସହ ଆପ୍ରାଣ ଚେଷ୍ଟା କରିଥିଲେ। ଆଉ କହିଥିଲେ, ‘ମୋ କୋଳରୁ ତ ଝିଅ ଚାଲିଗଲା। ଜୀବନରେ ଖୁସି ବୋଲି ଆଉ କିଛି ରହିଲା ନାହିଁ। ବାସ ଏବେ ମୋର ମୃତ୍ୟୁକୁ ଅପେକ୍ଷା। ତେବେ ମୃତ୍ୟୁ ପୂର୍ବରୁ ଗୋଟିଏ ଇଚ୍ଛା ମୋର ରହିଛି। ତାହା ହେଉଛି ଝିଅ ହତ୍ୟାକାରୀଙ୍କୁ ଆଜୀବନ ଜେଲଦଣ୍ଡ ହେଉ। ତେବେ ଯାଇ ମୁଁ ଶାନ୍ତିରେ ଶେଷ ନିଶ୍ବାସ ତ୍ୟାଗ କରି ପାରିବି।’ ଏହି ମାମଲାର ଶୁଣାଣି ସମୟରେ ବିଚାରପତି ସୌମ୍ୟଙ୍କ ମା’ଙ୍କୁ ପଚାରିଥିଲେ କ’ଣ କହିବାକୁ ଚାହିଁବ। ଏହି ସମୟରେ ମା’ କହିଥିଲେ, ‘କ’ଣ କହିବି ଆଜ୍ଞା , ଝିଅ ଚାଲିଗଲା ସ୍ବାମୀ ଆଇସିୟୁରେ ପଡ଼ି ନ୍ୟାୟର ଅପେକ୍ଷା କରିଛନ୍ତି। ବାସ ୧୫ବର୍ଷ ବିଳମ୍ବରେ ହେଉପଛେ ନ୍ୟାୟ ମିଳିଯାଉ।’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button