ଦେଶ

ବିଶ୍ୱଗୁରୁ ହେବା ଦିଗରେ ବଢ଼ୁଛି ଭାରତ : ମୋହନ ଭାଗବତ୍ – Ibnodisha

[ad_1]

ଅଯୋଧ୍ୟା : ‘ସତ କହିବାକୁ ଗଲେ ୫୦୦ ବର୍ଷର ପ୍ରତୀକ୍ଷା ପରେ ଦେଶବାସୀଙ୍କୁ ଆଜି ରାମଲାଲାଙ୍କ ଆଶିର୍ବାଦ ପ୍ରାପ୍ତ ହୋଇଛି । ରାମମନ୍ଦିର ଉଦ୍‌ଘାଟନ ଏବଂ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସହ ଭାରତ ଏବେ ବିଶ୍ୱଗୁରୁ ହେବା ଦିଗରେ ଆଉ ପାଦେ ଆଗକୁ ବଢ଼ିଛି ।’ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ପରେ ପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍‌ଏସ୍‌) ପ୍ରମୁଖ ମୋହନ ଭାଗବତ୍ ଉପସ୍ଥିତ ଅତିଥିବୃନ୍ଦଙ୍କ ସହ ସମସ୍ତ ଦେଶବାସୀଙ୍କୁ ସମ୍ବୋଧିତ କରିବାକୁ ଯାଇ ଏପରି ମତବ୍ୟକ୍ତ କରିଛନ୍ତି ।

ହର୍ଷୋଲ୍ଲାସର ଏହି ମୁହୂର୍ତ୍ତରେ ଜନମାନସକୁ ୪ ନୂଆ ଶପଥ (୧-ଆମେ ସମସ୍ତଙ୍କର, ସମସ୍ତେ ଆମର, ୨- ଦୟା, କରୁଣା ଭାବ ମନରେ ଧାରଣ କରିବା, ୩- ସୁଚିନ୍ତା କରିବା, ଲୋଭ, କ୍ରୋଧରୁ ଦୂରେଇ ରହିବା, ୪- ଜୀବନରେ ଅନୁଶାସିତ ରହିବା) କରାଇବା ଉଦ୍ଦେଶ୍ୟରେ ମୋହନ ଭାଗବତ୍ କହିଛନ୍ତି, ଏହାକୁ ପାଳନ କରିବା ପୂର୍ବକ ମନ୍ଦିର ନିର୍ମାଣ ଶେଷ ହେବା ସୁଦ୍ଧା ଭାରତ ଯେପରି ବିଶ୍ୱଗୁରୁ ଭାବେ ନିଜ ଆଭା ସମଗ୍ର ବିଶ୍ୱରେ ସମ୍ପ୍ରସାରିତ କରିବ ସେଦିଗରେ ଆମ ସମସ୍ତେ କାମ କରିବାକୁ ହେବ । ଏପରି କରିପାରିଲେ ତାହା ହିଁ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରକୃତ ଭକ୍ତି ହୋଇପାରିବ ।

ଭାଗବତ୍ କହିଛନ୍ତି, ରାମଲାଲାଙ୍କ ସହ ଭାରତର ‘ଶିରି’ ଫେରିଆସିଛି । ସମଗ୍ର ବିଶ୍ୱକୁ ବିଷାଦମୁକ୍ତ କରିବା ଦିଗରେ ଏକ ନୂଆ ଭାରତ ଏବେ ଉଭା ହେବାକୁ ଯାଉଛି । ଏହାର ପ୍ରମାଣ ସ୍ୱରୂପ ଆଜିର ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଏସବୁର ସାକ୍ଷୀ ରହୁଛି । ଆଜି ସମସ୍ତେ ଖୁସିରେ ଆତ୍ମହରା ହୋଇପଡୁଛନ୍ତି । ଏହି ଅବସରରେ ସେ ଉତ୍ତରପ୍ରଦେଶ ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାମମନ୍ଦିର ଟ୍ରଷ୍ଟ ବୋଡ୍‌ର୍ କର୍ତ୍ତୃପକ୍ଷଙ୍କୁ ଏପ୍ରକାର ଭବ୍ୟ ରାମମନ୍ଦିର ନିର୍ମାଣ ସହ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରାଇବା ପାଇଁ କୃତଜ୍ଞତା ଜଣାଇଥିଲେ । ମୋଦୀଙ୍କ ପ୍ରଶଂସା କରି ଭାଗବତ୍ କହିଥିଲେ ଯେ, ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ୧୧ ଦିନର ବ୍ରତ ପାଳନ କରିବା ଯେକୌଣସି ପ୍ରଧାନମନ୍ତ୍ରୀଙ୍କ ଅନୁଶାସିତ ତଥା ତପସ୍ୱୀ ସ୍ୱଭାବକୁ ଦର୍ଶାଉଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button