ରାଜ୍ୟ

ଓଏସ୍‌ଆର୍‌ଟିସି ବସ୍‌କୁ ପଛରୁ ଧକ୍କା ଦେଲା ଘରୋଇ ବସ୍‌, ଏକାଧିକ ଯାତ୍ରୀ ଆହତ – Ibnodisha

[ad_1]

ଭୁବନେଶ୍ୱର : ଓଏସ୍‌ଆର୍‌ଟିସି ବସ୍‌କୁ ପଛରୁ ଧକ୍କା ଦେଲା ଘରୋଇ ବସ୍‌। ଦୁର୍ଘଟଣାରେ ଦୁଇଟି ବସର ଡ୍ରାଇଭର ସମେତ ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରର ବାଣୀବିହାର ଓଭରବ୍ରିଜ ଉପରେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ଭୋର ସମୟରେ ଓଏସ୍‌ଆର୍‌ଟିସି ବସ୍‌ଟି ଯାତ୍ରୀଙ୍କୁ ଉଠାଇବା ପାଇଁ ରାସ୍ତାକଡ଼କୁ ଗାଡ଼ି ସାଇଡ୍ କରୁଥିଲେ।

ଏହି ସମୟରେ ଘରୋଇ ବସ୍‌ଟି ଦ୍ରୁତ ଗତିରେ ଆସି ଓଏସ୍‌ଆର୍‌ଟିସି ବସ୍‌କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଦୁଇଟି ବସର ଡ୍ରାଇଭର ସମେତ ଏକାଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘରୋଇ ବସ୍‌ଟି ବ୍ରେକଫେଲ ହୋଇଯିବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button