‘ହ୍ୟାଲେ ମା’ ମୁଁ ପରେ କଥା ହେବି ମିସନରେ ଅଛି’ କହି ସହିଦ ହେଲେ କର୍ନେଲ ମନପ୍ରୀତ ସିଂହ – Ibnodisha

[ad_1]

ଶ୍ରୀନଗର: ଜମ୍ମୁକଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ସେନାର ଜଣେ କର୍ନେଲ, ଜଣେ ମେଜର ଏବଂ ଜଣେ ଡିଏସ୍ପି ସହିଦ ହୋଇଯାଇଛନ୍ତି। ସହିଦ କର୍ନେଲଙ୍କ ନାଁ ମନପ୍ରୀତ ସିଂହ ଏବଂ ମେଜରଙ୍କ ନାଁ ଆଶିଷ। ଜମ୍ମୁ କାଶ୍ମୀର ପୁଲିସ ଡିଏସ୍ପି ହୁମାୟୁନ ଭଟ୍ଟ ମଧ୍ୟ ଗୁଳିମାଡ଼ରେ ସହିଦ ହୋଇଯାଇଛନ୍ତି।
ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ସହିଦ ହୋଇଥିବା କର୍ନେଲ ମନପ୍ରୀତ ସିଂହ ଗତ ବୁଧବାର ଶେଷଥର ପାଇଁ ଘରଲୋକଙ୍କ ସହିତ ଫୋନରେ କଥା ହୋଇଥିଲେ। ସମୟ ଥିଲା ସକାଳ ୬.୪୫। ପରିବାରଲୋକଙ୍କ ସହିତ କଥା ହୋଇ କର୍ନେଲ ମନପ୍ରୀତ ସିଂହ କହିଥିଲେ, ‘ମୁଁ ମିସନରେ ଅଛି….ପରେ କଥା ହେବି।’
ତେବେ କର୍ନେଲ ମନପ୍ରୀତ ସିଂହଙ୍କ ପରିବାର ସଦସ୍ୟ କହିଛନ୍ତି, ‘ଆମ ସମସ୍ତଙ୍କୁ ଗତ ଜୁନ ମାସରେ ମନପ୍ରୀତ କଶ୍ମୀର ବୁଲାଇବାକୁ ନେଇଥିଲା। ବୁଲାଉଥିବା ସମୟରେ ସେ କହିଥିଲା ମନଖୋଲି ବୁଲି ଦିଅ। ଆଗାମୀ ପୋଷ୍ଟିଂ ହେବା ପୂର୍ବରୁ କଶ୍ମୀର ବୁଲିଯାଏ। କିଏ ଜାଣିଲା ଦ୍ବିତୀୟଥର ସୁଯୋଗ ମିଳିବ କି ନାହିଁ।’
ସୂଚନାଯୋଗ୍ୟ, ଅନନ୍ତନାଗ ଜିଲ୍ଲାର କୋକେରନାଗ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ସମୟରେ ଆର୍ମି ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର (କର୍ନେଲ୍), ଜଣେ ମେଜର ଏବଂ ଜମ୍ମୁ କାଶ୍ମୀର ପୁଲିସର ଜଣେ ଡିଏସ୍ପି ସହିଦ ହୋଇଯାଇଛନ୍ତି। ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଏବେ ବି ଜାରି ରହିଛି
[ad_2]