ଦେଶ

କାଟି ମୁନ୍ ମୁମ୍ବାଇ ମାରାଥନ୍ ଇଭେଣ୍ଟ୍ ଆମ୍ବାସାଡ଼ର୍ – Ibnodisha

[ad_1]

ମୁମ୍ବାଇ: ଦୁଇଥରର ପୋଲ୍ ଭଲ୍ଟ ୱାର୍ଲ୍ଡ ଚାମ୍ପିଅନ୍ ଏବଂ ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା କାଟି ମୁନ୍‌ଙ୍କୁ ରବିବାର ଆୟୋଜିତ ହେବାକୁ ଥିବା ୧୯ତମ ଟାଟା ମୁମ୍ବାଇ ମାରାଥନ୍‌ର ଇଭେଣ୍ଟ୍ ଆମ୍ବାସାଡର୍ ନିଯୁକ୍ତ କରାଯାଇଛି । ପ୍ରୋକାମ୍ ଇଣ୍ଟରନାସ୍‌ନାଲ୍ ଦ୍ୱାରା ଆୟୋଜିତ ମୁମ୍ବାଇ ମାରାଥନ୍ ଏକ ୱାର୍ଲ୍ଡ ଆଥ୍‌ଲେଟିକ୍ସ ଗୋଲ୍ଡ ଲେବଲ୍ ରେସ୍ । ଆମେରିକୀୟ ଆଥ୍‌ଲେଟ୍ ମୁନ୍ ୨୦୨୨ ୟୁଜିନି ଏବଂ ୨୦୨୩ ବୁଦାପେଷ୍ଟ ୱାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଟାଇଟଲ୍ ଡିଫେଣ୍ଡ୍ କରିବାକୁ ଥିବା ୩୨ ବର୍ଷୀୟା ମୁନ୍ କହିଛନ୍ତି, ଟାଟା ମୁମ୍ବାଇ ମାରାଥନ୍ ଭଳି ଅନ୍ତର୍ଜାତୀୟ ଇଭେଣ୍ଟ୍‌ର ଆମ୍ବାସାଡର୍ ନିଯୁକ୍ତ ହୋଇ ମୁଁ ନିଜକୁ ସମ୍ମାନିତ ମନେ କରୁଛି । ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button