ଖେଳ

ବକ୍ସିିଂ ଡେ ଟେଷ୍ଟ୍‌: ଅବ୍‌ଦୁଲ୍ଲା ଶଫିକ୍ ଓ ସାନ୍ ମସୁଦ୍‌ଙ୍କ ଅର୍ଦ୍ଧଶତକ; ଦ୍ୱିତୀୟ ଦିନରେ ଅଷ୍ଟ୍ରେଲିଆର ପ୍ରତ୍ୟାବର୍ତ୍ତନ – Ibnodisha

[ad_1]

ମେଲ୍‌ବଣ୍ଣ: ଏଠାରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ଉପରେ ଅଷ୍ଟ୍ରେଲିଆ କବ୍‌ଜା ଦୃଢ଼ କରିଛି । ପ୍ରଥମ ଇନିଂସ୍‌ରେ ୩୧୮ ରନ୍ କରିବା ପରେ କଙ୍ଗାରୁ ଟିମ୍ ଦ୍ୱିତୀୟ ଦିନ ଖେଳ ଶେଷ ବେଳକୁ ୧୯୬ ରନ୍‌ରେ ପାକିସ୍ତାନର ୬ ୱିକେଟ୍ ପତନ ଘଟାଇଛି । ଏକଦା ଅବ୍‌ଦୁଲ୍ଲା ଶଫିକ୍ ଓ କ୍ୟାପ୍‌ଟେନ୍ ସାନ୍ ମସୁଦ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ସହାୟତାରେ ପାକିସ୍ତାନ ଏକ ୱିକେଟ୍ ବିନିମୟରେ ୧୨୪ ରନ୍ କରିଥିଲା । ମାତ୍ର ଅଷ୍ଟ୍ରେଲୀୟ ଟିମ୍ ପ୍ରତ୍ୟାବର୍ତ୍ତନ କରି ଭ୍ରମଣକାରୀ ଟିମ୍‌ର ଟପ୍ ଅର୍ଡର୍‌କୁ ଧ୍ୱସ୍ତ କରିଦେଇଥିଲା ।
ବୁଧବାର ଦ୍ୱିତୀୟ ଦିନ ୧୮୭/୩ରୁ ଅସମାପ୍ତ ପ୍ରଥମ ଇନିଂସ୍ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ମାତ୍ର ୬୮ ରନ୍‌ରେ ୬ ୱିକେଟ୍ ହରାଇ ୩୧୮ ରନ୍‌ରେ ସୀମିତ ହୋଇଯାଇଥିଲା । ୱିକେଟକିପର୍ ବ୍ୟାଟର୍ ଆଲେକ୍ସ କେରୀ ପୁଣିଥରେ ଫ୍ଲପ୍ ହୋଇଥିଲେ । ଟିମ୍ ପାଇଁ ମାର୍ନସ ଲାବୁଶେନ୍ ସର୍ବାଧିକ ୬୩ ରନ୍ କରିଥିବା ବେଳେ ମିଚେଲ୍ ମାର୍ଶ ୬ ଚୌକା ଓ ଗୋଟିଏ ଛକା ସହାୟତାରେ ୪୬ ରନ୍‌ର ଇନିଂସ୍ ଖେଳିଥିଲେ । ମିଚେଲ୍ ଷ୍ଟାର୍କ ୯, କ୍ୟାପ୍‌ଟେନ୍ ପ୍ୟାଟ୍ କମିନ୍ସ ୧୩ ଏବଂ ନାଥନ୍ ଲିଅନ୍ ୯ ରନ୍ କରି ଫେରିଥିଲେ । ପାକିସ୍ତାନ ପାଇଁ ଫାଷ୍ଟ୍ ବୋଲର୍ ଆମୀର ଜମାଲ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ । ଶାହିନ ଆଫ୍ରିଦି, ମୀର ହମ୍‌ଜା ଓ ହସନ୍ ଅଲୀଙ୍କୁ ଦୁଇଟି ଲେଖାଏଁ ୱିକେଟ୍ ମିଳିଥିଲା । ସଲମାନ୍ ଆଗା ଗୋଟିଏ ସଫଳତା ପାଇଥିଲେ । ଜବାବରେ ପାକିସ୍ତାନ ଦ୍ୱିତୀୟ ଦିନ ନିଜର ପ୍ରଥମ ଇନିଂସ୍‌ରେ ଜୋରଦାର ଆରମ୍ଭ କରିଥିଲା । ଓପ୍ନର୍ ଇମାମ୍ ଉଲ୍ ହକ୍ ମାତ୍ର ୧୦ ରନ୍ କରି ଆଉଟ୍ ହେବାପରେ ଶାନ୍ ମସୁଦ୍ ଓ ଅବ୍‌ଦିଲ୍ଲା ଶଫିକ୍ ଦ୍ୱିତୀୟ ୱିକେଟ୍ ପାଇଁ ୯୦ ରନ୍ ଯୋଡ଼ିଥିଲେ । ଅବ୍‌ଦୁଲ୍ଲା ୧୦୯ ବଲ୍‌ରେ ୫ ଚୌକା ସହାୟତାରେ ୬୨ ରନ୍ କରି ଆଉଟ୍ ହୋଇଥିବା ବେଳେ ମସୁଦ୍ ୭୬ ବଲ୍‌ରେ ତିନି ଚୌକା ଓ ଗୋଟିଏ ଛକା ବଳରେ ୫୪ ରନ୍ କରିଥିଲେ । ଏହା ବ୍ୟତୀତ ବାବର୍ ଆଜମ୍ ୧, ସଉଦ୍ ଶକିଲ୍ ୯ ଏବଂ ଆଗା ସଲ୍‌ମାନ୍ ୫ ରନ୍ କରି ଆଉଟ୍ ହୋଇଥିଲେ । ଦ୍ୱିତୀୟ ଦିନର ଷ୍ଟମ୍ପ୍‌ସ ବେଳକୁ ମହମ୍ମଦ ରିଜ୍‌ୱାନ୍ ୩୪ ଏବଂ ଆମୀର ଜମାଲ୍ ୨ ରନ୍‌ରେ ବ୍ୟାଟିଂ କରୁଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ପ୍ୟାଟ୍ କମିନ୍ସ ସର୍ବାଧିକ ୩ଟି, ନାଥନ୍ ଲିଅନ୍ ଦୁଇଟି ଏବଂ ଜୋଶ୍ ହେଜଲ୍‌ଉଡ୍ ଗୋଟିଏ ୱିକେଟ୍ ଅକ୍ତିଆର କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button