ଅପରାଧ

ପ୍ଲଟ ଦେବା ନାରେ ଠକି ନେଇଥିଲେ ୨୫ ଲକ୍ଷ, ବାନ୍ଧିଲା ପୁଲିସ – Ibnodisha

[ad_1]

ଭୁବନେଶ୍ୱର: ପ୍ଲଟ ଦେବେ କହି ମହିଳାଙ୍କଠାରୁ ଠକି ନେଇଥିଲେ ୨୫ ଲକ୍ଷ । ଅଭିଯୋଗପରେ ଅକ୍ଷେୟ କୁମାର ଘଡେଇ(୪୭) ନାମକ ବ୍ୟକ୍ତିକୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ । ଗିରଫ ବ୍ୟକ୍ତିଙ୍କ ଘର ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ଏଠାରେ ପାତ୍ରପଡ଼ା ଉଦୟଗିରି ବିହାରରରେ ରହୁଥିଲେ । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ଅକ୍ଷୟ, ଭଗବାନପୁର ମଉଜା ପାତ୍ରପଡାରେ ଗୋଟିଏ ପ୍ଲଟ କିଣାଇ ଦେବା ପାଇଁ ପ୍ରତିସୂତି ଦେଇ ଅଭିଯୋଗକାରିଣୀଙ୍କଠାରୁ ୨୫ଲକ୍ଷ ଟଙ୍କା ନେଇଥିଲେ । ଏନେଇ ଉଭୟଙ୍କ ମଧ୍ୟରେ ଚୁକ୍ତି ହେବା ପରେ ଅଭିଯୁକ୍ତ ଉକ୍ତ ପ୍ଲଟ ଟିକୁ ଅଭିଯୋଗକାରିଣୀଙ୍କ ନାମରେ ପଞ୍ଜୀକୃତ କରିନଥିଲେ । ଅଭିଯୋଗକାରିଣୀ ଏନେଇ ଅକ୍ଷେୟଙ୍କୁ ଟଙ୍କା ଫେରେଇବାକୁ କହିବାରୁ ଅଭିଯୁକ୍ତ ଜଣକ ୩ ଟି ଚେକ ଦେଇଥିଲେ ଯାହା ପରିବର୍ତୀ ସମୟରେ ବାଉନ୍ସ ହୋଇଯାଇଥିଲା । ଅଭିଯୋଗକାରିଣୀ ଏନେଇ ଅକ୍ଷେୟକୁ ପଚାରି ବୁଝିବାରୁ ସେ ମହିଳା ଜଣଙ୍କୁ ଗାଳି ଗୁଲଜ କରିବା ସହ ଧମକ ମଧ୍ୟ ଦେଇଥିଲେ । ଅଭିଯୋଗକାରିଣୀ ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଅକ୍ଷେୟକୁ ଗିରଫ କରି ଥାନାକୁ ଆଣିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button