ଅପରାଧ

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଓ ୫୦ ହଜାର ଜରିମାନା ଦଣ୍ଡାଦେଶ – Ibnodisha

[ad_1]

କଟକ : ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍। ୨୦୨୧ ମସିହା ନାବାଳିକା ଦୁଷ୍କର୍ମ ମାମଲାରେ ଏହି ଦଣ୍ଡାଦେଶ ଦିଆଯାଇଛି। କଟକ ସ୍ୱତନ୍ତ୍ର ପୋକସୋ ଆଡ଼ହକ କୋର୍ଟ ଅଭିଯୁକ୍ତ କେ ଆଶୁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦ ବର୍ଷର କାରାଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୀଡିତା କ୍ଷତିପୂରଣ ଆଇନ ଅନୁଯାୟୀ ୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଛି।

ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଏହି କ୍ଷତିପୂରଣ ପ୍ରଦାନ କରାଯିବ। ୧୫ ଜଣ ସାକ୍ଷୀଙ୍କ ଵୟାନ ଓ ୧୧ଟି ତଥ୍ୟ ପ୍ରମାଣ ଆଧାରରେ ଦଣ୍ଡାଦେଶ ହୋଇଛି। ଅଭିଯୋଗ ଅନୁଯାୟୀ, ୨୦୨୧ ଜୁଲାଇ ୧୦ ତାରିଖରେ କଟକରେ ଜଣେ ମହିଳା ତାଙ୍କର ୭ ବର୍ଷର ନାବାଳିକାକୁ ଧରି ଘରେ ଶୋଇଥିବା ସମୟରେ ଆସାମୀ କେ ଆଶୁ ଘର କବାଟ ଭାଙ୍ଗି ଭିତରେ ପଶି ନାବାଳିକାକୁ ଦୁଷ୍କର୍ମ କରିଥିଲା। ଘଟଣା ସମ୍ପର୍କରେ ପୀଡିତାର ମାଆ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ। ସରକାରଙ୍କ ପକ୍ଷରୁ ଏହି ମାମଲା ସ୍ୱତନ୍ତ୍ର ପିପି ବିଶ୍ୱଜିତ ରାୟ ପରିଚାଳନା କରୁଥିଲେ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button