ଅପରାଧ

ହତ୍ୟା ଧମକ ଦେଇ ୨ ବର୍ଷ ହେବ ୧୩ ବର୍ଷୀୟ ଝିଅ ସହିତ ଦୁଷ୍କର୍ମ କରୁଥିଲା ବାପ, ଗିରଫ କଲା ପୁଲିସ – Ibnodisha

[ad_1]

ମୁମ୍ବାଇ : ମହାରାଷ୍ଟ୍ର ରାଜ୍ୟର ଗୋବନ୍ଦୀର ପୂର୍ବ ପ୍ରାନ୍ତରେ ଥିବା ଉପନଗରୀରେ ନିଜ ୧୩ ବର୍ଷୀୟ ଝିଅ ସହିତ ୨ ବର୍ଷ ଧରି ଦୁଷ୍କର୍ମ କରିଥିବା ଓ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ମୁମ୍ବାଇ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଝିଅର ମାଆଙ୍କ ଅଭିଯୋଗ ଆଧାରରେ ‘ଆଇପିସି’ର ବିହିତ ଧାରା ଓ ‘ପୋକ୍‌ସୋ ଆଇନ୍‌’ ଅନୁଯାୟୀ ପୁଲିସ ଶନିବାର ଦିନ ଅଭିଯୁକ୍ତଙ୍କୁ ଗିରଫ କରିଛି ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି। ସ୍ବାମୀର ଆଚାରବ୍ୟବହାରରେ ସନ୍ଦିହାନ ହୋଇ ମହିଳାଜଣକ ଝିଅକୁ ପଚାରିବାରୁ ସବୁ କଥା ଜଣାପଡ଼ିଥିଲା। ଝିଅ କହିଲା ଯେ, ୨ ବର୍ଷ ହେବ ବାପା ତା’ ସହିତ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ଘରେ ଦୁଷ୍କର୍ମ କରିବା ସହିତ ବିଭିନ୍ନ ସ୍ଥାନକୁ ନେଇ ବାପା ତା’ ଅନେକ ଥର ଦୁଷ୍କର୍ମ କରିଥିବା କଥା ଝିଅଟି ପୁଲିସକୁ ବି କହିଛି। ଉକ୍ତ ଘଟଣାର ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କ ମଧ୍ୟରୁ ଜଣେ କହିଛନ୍ତି, ଜେରା କରାଯିବା ବେଳେ ଉକ୍ତ ୩୫ ବର୍ଷିୟ ବ୍ୟକ୍ତି ଅପରାଧ ସ୍ବୀକାର କରିଛନ୍ତି। ଆମେ ତାଙ୍କ ସ୍ବୀକାରୋକ୍ତିର ଭିଡିଓ ରେକର୍ଡିଙ୍ଗ୍‌ କରିଛୁ। ତାହାକୁ ‘ଚାର୍ଜସିଟ୍‌’ ସହିତ ପ୍ରମାଣ ଭାବେ ଉପସ୍ଥାପନ କରାଯିବ। ଅଭିଯୁକ୍ତଙ୍କୁ ରବିବାର ଦିନ ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ତାଙ୍କୁ ୫ ଦିନ ପାଇଁ ପୁଲିସ ହାଜତକୁ ରିମାଣ୍ଡ୍‌ରେ ପଠାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button