ଅପରାଧ

।EDର ଆସିଷ୍ଟାଣ୍ଟ ଡାଇରେକ୍ଟରଙ୍କୁ ଗିରଫ କଲା ସିବିଆଇ, ନେଉଥିଲେ ୨୦ ଲକ୍ଷ ଟଙ୍କା ଲାଞ୍ଚ

ଲାଞ୍ଚ ନେଇ ଧରାପଡ଼ିଲେ ଇଡିର ଜଣେ ଅଧିକାରୀ । ଅଳଙ୍କାର ବ୍ୟବସାୟୀଙ୍କଠାରୁ ୨୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ସିବିଆଇ । ଇଡି ମୁଖ୍ୟାଳୟରେ ନିଯୁକ୍ତ ଏହି ଅଧିକାରୀଙ୍କ ନାମ ସନ୍ଦୀପ ଯାଦବ, ଯିଏ ଇଡିରେ ଆସିଷ୍ଟାଣ୍ଟ ଡାଇରେକ୍ଟର ରୂପେ କାର୍ଯ୍ୟରତ ଥିଲେ । ଅଭିଯୁକ୍ତଙ୍କୁ ସିବିଆଇ ଦିଲ୍ଲୀର ଲାଜପତ ନଗରରୁ ଗିରଫ କରିଛି ।

 

ସୂଚନା ମୁତାବକ, ମୁମ୍ବାଇର ଜଣେ ଅଳଙ୍କାର ବ୍ୟବସାୟୀ ଏହି ଅଧିକାରୀଙ୍କ ବିରୋଧରେ ସିବିଆଇରେ ଅଭିଯୋଗ ଦାଖଲ କରିଥିଲେ । ଅଧିକାରୀ ଜଣକ ୨୦ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିବା ସେ ଅଭିଯୋଗରେ ଦର୍ଶାଇଥିଲେ । ସିବିଆଇ ଗିରଫ ଅଧିକାରୀଙ୍କୁ ବହୁତ ଜଲ୍‌ଦି କୋର୍ଟରେ ହାଜର କରିବ ।

ଏହିପରି ଗତବର୍ଷ ଅଗଷ୍ଟରେ ମଧ୍ୟ ସିବିଆଇ ଲାଞ୍ଚ ନେବା ଅଭିଯୋଗରେ ଇଡିର ସହାୟକ ନିର୍ଦ୍ଦେଶକଙ୍କ ସମେତ ୬ ଅଧିକାରୀଙ୍କୁ ଗିରଫ କରିଥିଲା । ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ଜଣେ ବ୍ୟବସାୟୀ ଅମନ ଢଲ୍ଲଙ୍କୁ ବଞ୍ଚାଇବା ପାଇଁ ଅଧିକାରୀମାନେ ୫ କୋଟି ଟଙ୍କା ଲାଞ୍ଚ ମାଗିଥିଲେ

Related Articles

Leave a Reply

Your email address will not be published. Required fields are marked *

Back to top button