ଅପରାଧ

ମୋବାଇଲ ଚାର୍ଜ କରିବା ବାହାନାରେ ଯୁବତୀଙ୍କୁ ଡେଲିଭରି ବୟ…. – Ibnodisha

[ad_1]

ମୁମ୍ବାଇ: ଦିନକୁ ଦିନ ବଢ଼ିବାରେ ଲାଗିଛି ମହିଳାମାନଙ୍କ ପ୍ରତି ଅସଦାଚରଣ । କେତେବେଳେ ମହିଳାମାନେ ଘରୋଇ ହିଂସାର ଶୀକାର ହେଉଛନ୍ତି ତ କେତେବେଳେ ଦୁଷ୍କର୍ମର ସୀକାର ଦେଉଛନ୍ତି ଏବଂ କେତେବେଳେ ପ୍ରତାରଣାର ଶୀକାର ହେଉଛନ୍ତି । ପ୍ରାୟତଃ ପ୍ରତିଦିନ କିଛି ନା କିଛି ଏଭଳି ଘଟଣା ସାମ୍ନାକୁ ଆସିଥାଏ । ତେବେ ପୁଣିଥରେ ଜଣେ ଯୁବତୀକୁ ଜଣେ ଡେଲିଭରି ବୟ ଅସଦାଚରଣ କରିଥିବାର ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁନେରେ । ସୂଚନା ଅନୁସାରେ ମହାରାଷ୍ଟ୍ରର ପୁନେର ୱାକଡେୱାଡି ଅଞ୍ଚଳର ଜଣେ ୨୬ ବର୍ଷୀୟ ଯୁବତୀ ଏକ ଡେଲିଭରି ଆପ୍ରୁ କିଛି ଘରୋଇ ସାମଗ୍ରୀ ଅର୍ଡର କରିଥିଲେ । ତେବେ ସାମଗ୍ରୀଗୁଡ଼ିକ ପହଞ୍ଚିବା ପରେ ଯୁବତୀ ଜଣକ ସେଗୁଡିକୁ ଯାଞ୍ଚ କରିଥିଲେ ।

ଯାଞ୍ଚ ସମୟରେ ଅର୍ଡର କରିଥିବା ସାନିଟାରି ନାପକିନର ପ୍ୟାକିଂ ଚିରି ଯାଇଥିବାର ଦେଖିଥିଲେ । ତେବେ ଯୁବତୀ ଜଣଙ୍କ ଏହି ଚିରି ଯାଇଥିବା ସାନିଟାରି ପ୍ୟାଡର ଫଟୋ ଉଠାଇ କମ୍ପାନୀକୁ ଫଟୋ ପଠାଇଥିଲେ । ଏହାପରେ କମ୍ପାନୀ ତରଫରୁ ଡେଲିଭରି ବୟ ଏକ ନୁଆ ସାନିଟାରି ନାପକିନ ଧରି ଯୁବତୀଙ୍କୁ ଦେବା ପାଇଁ ଆସିଥିଲେ । ତେବେ ଯୁବତୀଙ୍କୁ ସାନିଟାରି ନାପକିନ ଦେବା ପରେ ଡେଲିଭରି ବୟ ଜଣଙ୍କ ଯୁବତୀଙ୍କୁ ଟଙ୍କା ମିଗିଥିଲା । ତେବେ ଯୁବତୀ ଜଣଙ୍କ ଟଙ୍କା ନଦେଇ କମ୍ପାନୀ ସହ କଥା ହେବାକୁ ଡେସିଭରୁ ବୟକୁ କହିଥିଲେ ।

ଏହାପରେ ଡେଲିଭରି ବୟ ଜଣକ ମୋବାଇଲରୁ ଚାର୍ଜ ସରି ଯାଇଥିବା ବାହାନା କରି ଚାର୍ଜ କରିବା ପାଇଁ ଯୁବତୀଙ୍କ ଘର ଭିତରକୁ ଯାଇଥିଲା । ତେବେ ମୋବାଇଲ ଚାର୍ଜ କରିବା ବାହାନାରେ ଯୁବତୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ସହ ଶାରିରୀକ ସମ୍ପର୍କ ରଖିବା ପାଇଁ କହିଥିଲା । ତେବେ କୌଣସି ପ୍ରକାରେ ଯୁବତୀ ଜଣଙ୍କ ତାଙ୍କ ନିକଟରୁ ବର୍ତ୍ତିଯିବା ସହ ଏନେଇ ଖଡ୍କି ଥାନାରେ ଅଭିଯୋଗ କରିଥିଲେ । ତେବେ ଖଡ୍କି ଥାନାର ସିନିୟର ଇନିସପେକ୍ଟରଙ୍କ କହିବା ଅନୁସାରେ ଘଟଣାଟି ସେପ୍େଟମ୍ବର ୫ ତାରିଖ ରାତିରେ ଘଟିଛି । ଏହାସହ ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ତେବେ ଯୁବତୀଙ୍କ ଅଭିଯୋଗ ଆଧାର କରି ଉକ୍ତ ଅଭିଯୁକ୍ତ ଡେଲିଭରି ବୟକୁ ଖୋଜୁଛି ପୋଲିସ । ଏହାସହ ଘଟଣାର ସଠିକ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଯୁବତୀଙ୍କୁ ପ୍ରତ୍‌ଶୃତି ଦେଇଛିନ୍ତି ଖଡ୍କି ପୋଲିସ ଅଧିକାରୀ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button