
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଙ୍ଗାତିରା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ପର୍ଶୁରାମ ବାରିକ । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଜ୍ୱାଇଁ ରମଣ ବେହେରା ।ଅଭିଯୋଗ ଅନୁଯାୟୀ, ଗତ ୧୦ ବର୍ଷ ତଳେ ରମଣ ବେହେରା ପର୍ଶୁରାମ ବେହେରାଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ । ପର୍ଶୁରାମ ଜ୍ୱାଇଁକୁ ଯୌତୁକ ବାବଦକୁ ୩୦ ହଜାର ଦେଇଥିଲେ । ବିବାହ ପରଠୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । ଗତକାଲି ସ୍ତ୍ରୀକୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚିଥିଲା ରମଣ ।
ଏସବୁ ସୁରାକ ପାଇଁ ବାପା ଘର ଲୋକଙ୍କୁ ଖବର ଦେଇଥିଲେ ଝିଅ । ଯାହାକୁ ନେଇ ଶ୍ୱଶୁର ଓ ଜ୍ୱାଇଁ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଶ୍ୱଶୂରଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲା ଜ୍ୱାଇଁ । ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ପୋଲିସ।