ରାଜ୍ୟ

ଭିମସାରରେ ପିଜି ଡାକ୍ତର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ – Ibnodisha

[ad_1]

ସମ୍ବଲପୁର: ବୁର୍ଲା ଭିମସାରରେ ପିଜି ଡାକ୍ତର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବାର ଖବର ମିଳିଛି। ଏଥିରେ ଉଭୟ ପକ୍ଷରୁ ଜଣେ ଲେଖାଏଁ ଆହତ ହୋଇଛନ୍ତି। ତେବେ ଘଟଣା ପରେ ବୁର୍ଲା ମେଡିକାଲରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।

ସୂଚନା ଅନୁସାରେ ବିଳମ୍ବିତ ରାତ୍ରିରେ କୌଣସି କଥାକୁ ନେଇ ଜଣେ ପିଜି ଡାକ୍ତର ଓ ଜଣେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାଫଳରେ ଜଣେ ସୁରକ୍ଷା କର୍ମୀ ଆହତ ହେବା ସହ ଜଣେ ପିଜି ଡାକ୍ତର ବି ଆହତ ହୋଇଛନ୍ତି। ଘଟଣା ପରେ କିଛି ସମୟ ଧରି ମେଡିକାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।

ବିଧାୟକ ବିଜୟ ଶଙ୍କର ଦାସ ବିବାହ ପାଇଁ କୋର୍ଟରେ କଲେ ଆବେଦନ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button