ରାଜ୍ୟ

ବେକରେ ଓଢ଼ଣି ଲଗାଇ ଝୁଲିପଡ଼ିଲେ ଯୁବତୀ – Ibnodisha

[ad_1]

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ କୋକସରା ଥାନା ମାଳପଡ଼ା ଗାଁର ପାର୍ବତୀ ଦୁର୍ଗା (୨୧) ନାମ୍ନୀ ଜଣେ ଯୁବତୀ ବେକରେ ଓଢ଼ଣି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ମାଲପଡ଼ା ଗାଁର ଭରତ ଦୁର୍ଗା ଓ ଗାୟତ୍ରୀ ଦୁର୍ଗାଙ୍କ ଝିଅ ପାର୍ବତୀ ଗୁରୁବାର ସକାଳ ୧୧ ଘଣ୍ଟା ସମୟରେ ଘରୁ ବାହାରି ଆଉ ଫେରି ନଥିଲେ ।

ପରେ ଏକ ଚାଷଜମିରେ ଥିବା ଗଛରେ ବେକରେ ଓଢ଼ଣି ଦେଇ ସେ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ ହେଁ ତାଙ୍କ ମୃତ୍ୟୁ ଘଟିଥିଲା । କୋକସରା ଥାନା ପୁଲିସ ପହଞ୍ଚି ଶବ ଜବତ କରିବା ଶହ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଇ ତଦନ୍ତ ଜାରି ରଖିଥିବା ତଦନ୍ତକାରୀ ପୁଲିସ ଏଏସ୍‌ଆଇ ସନ୍ତୋଷ ନାଏକ ପ୍ରକାଶ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button