ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ – Ibnodisha
[ad_1]
କେନ୍ଦ୍ରାପଡା: ପର୍ୟ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ୯ ଦିନ ଧରି ବନ୍ଦ ରହିବା ପରେ ଆଜିଠୁ(ରବିବାର) ପୁଣିଥରେ ପର୍ୟ୍ୟଟକଙ୍କ ପାଇଁ ଖୋଲିଛି ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ଗଣନା ପାଇଁ ଗତ ୫ ତାରିଖରୁ ୧୩ ତାରିଖ ପର୍ୟ୍ୟନ୍ତ ଭିତରକନିକାରେ ପର୍ୟ୍ୟଟକଙ୍କ ପ୍ରବେଶ ବାରଣ ରହିଥିଲା । ୧୦ ତାରିଖରୁ ୧୨ ତାରିଖ କୁମ୍ଭୀର ଗଣନା ପରେ କୁମ୍ଭୀରଙ୍କ ସଂଖ୍ୟା ରିପୋର୍ଟ ଆସିବା ସହ ଆଜିଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ପର୍ୟ୍ୟଟକଙ୍କ ପ୍ରବେଶକୁ ଅନୁମତି ମିଳିଛି ।
କୁମ୍ଭୀର ଗଣନା ସମୟ ମଧ୍ୟରେ ପର୍ୟ୍ୟଟକଙ୍କୁ ଭିତରକନିକା ବାରଣ କରାଯାଏ । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡିଶାଳ ଭାବେ ପରିଚିତ ଭିତରକନିକାରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କୁମ୍ଭୀର ଗଣନା କରାଯାଇଥିଲା । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡିକରେ କୁମ୍ଭୀର ଗଣନା କରାଯାଇଥିଲା । ଗତ ବର୍ଷ ଗଣନା ଅନୁସାରେ ଭିତରକନିକାରେ ୧୮୧୧ଟି ବଉଳା କୁମ୍ଭୀର ଥିଲେ । କୁମ୍ଭୀର ବିଶାରଦ ଡ଼ଃ ସୁଧାକର କରଙ୍କ ନେତୃତ୍ବରେ ବନ କର୍ମଚାରୀମାନଙ୍କୁ ନେଇ କୁମ୍ଭୀର ଗଣନା କରାଯାଇଥିଲା ।
[ad_2]